ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ମଝିକା ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ ପ୍ଲାଷ୍ଟିକ୍ କାରଖାନାରୁ ଚୋରି ଅଭିଯୋଗରେ ପୁଲିସ ବୁଧବାର ୨ ଜଣଙ୍କୁ ଗିରଫ କରିଛି । ସୂଚନା ଯେ, ପରଙ୍ଗ ଗାଁର ଅନିଲ ସାହୁ(୩୦) ଓ ଗୋପବନ୍ଧୁ ଭୋଇ(୪୫) କାରଖାନାରୁ ବିଭିନ୍ନ ଯନ୍ତ୍ରାଶଂ ଚୋରିକରି ନେଉଥିବା ବେଳେ ପାଟ୍ରୋଲିଂ କରୁଥିବା ପୁଲିସ ସେମାନଙ୍କୁ ଧରିଥିଲା । ଏ ନେଇ ଥାନାରେ ଏକ ମାମଲା ରୁଜୁକରି ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।
ଚୋରି ଅଭିଯୋଗରେ ୨ ଗିରଫ !!!

