ଅଭିନଵ ପ୍ରୟାସ : ସୁମିତ ଖୋଲିଲେ ଡିଫେନ୍ସ ଟ୍ରେନିଂ ସ୍କୁଲ , ପୂରଣ କଲେ ବାପାଙ୍କର ସ୍ୱପ୍ନ !!!

0
1694

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଦେଶ ମାତୃକାକୁ ରକ୍ଷା କରନ୍ତି ଦେଶର ସୈନିକ । ସେମାନେ ହିଁ ହେଉଛନ୍ତି ଦେଶର ଜାଗ୍ରତ ପ୍ରହରି । ଯେଉଁମାନଙ୍କ ପାଇଁ ଆମେ ଶାନ୍ତିରେ ବସବାସ କରୁ । ଆଗ୍ରହୀ ଯୁବକ ମାନଙ୍କୁ ସୈନିକ କରି ଗଢି ତୋଳିବାକୁ ଅଣ୍ଟା ଭିଡିଛନ୍ତି ବାଣପୁର ଥାନା ଅନ୍ତର୍ଗତ କୁମାରଙ୍ଗ ଗ୍ରାମ ପଞ୍ଚାୟତ ଅଧିନସ୍ତ ପୁଞ୍ଜିଆମା ଗ୍ରାମର ସୁକାନ୍ତ କୁମାର ସାହୁଙ୍କ ସୁପୁତ୍ର ତଥା ଟାଇକୋଣ୍ଡ ରେ ୬ ଥର ବ୍ଲାକ ବେଲ୍ଟ ହାସଲ କରି ଇଣ୍ଟରନ୍ୟାସନାଲ ଏବଂ ଏସିଆନ ମେଡାଲିଷ୍ଟ ସୁମିତ କୁମାର ସାହୁ । ସୁମିତ ଖୋଲିଛନ୍ତି ଏକ ଡିଫେନ୍ସ ଟ୍ରେନିଙ୍ଗ ସ୍କୁଲ । ଯାହାକି ଗଢି ଉଠିଛି ଏ ଅଞ୍ଚଳର ପ୍ରସିଦ୍ଧ ମା ଝିଣ୍ଟିକାପଲି ତାରିଣୀଙ୍କ ପୀଠରେ ।

ସୁମିତ କହିଛନ୍ତି ଏହା ଗଠନ କରିବା ଥିଲା ମୋ ବାପାଙ୍କର ବହୁଦିନର ଇଛା । ବାପା ଦୀର୍ଘଦିନ ଧରି ସୈନିକ ଭାବରେ ଦେଶର ସେବା କରିବା ପରେ ଏ ଅଞ୍ଚଳର ଅଧିକରୁ ଅଧିକ ପିଲା କିପରି ଦେଶର ସେବା କରିବେ ଏହା ହେଉଛି ମୋର ଏବଂ ମୋ ବାପାଙ୍କର ଲକ୍ଷ୍ୟ । ବାପାଙ୍କର ଲକ୍ଷ ପୂରଣ କରିବାକୁ ଯାଉଥିବାରୁ ମୁଁ ନିଜକୁ ଗର୍ବ ଅନୁଭବ କରୁଛି । ସେଥିପାଇଁ ମା ତାରିଣୀଙ୍କର ଶରଣ ପଶି ତାଙ୍କର ପାଦ ଦେଶରେ ମୁ ଗଢିଛି ଏ ଟ୍ରେନିଙ୍ଗ ସ୍କୁଲ । ବର୍ତ୍ତମାନ ମୋ ତାଲିମ କେନ୍ଦ୍ରରେ ଅଂଚଳର ପ୍ରାୟ ୫୦ ଜଣ ତାଲିମ ନେଉଛନ୍ତି । ଆମନ୍ତ୍ରଣ କରୁଛି ଅଂଚଳର ସମସ୍ତ ଯୁବବର୍ଗଙ୍କୁ । ଯୋଗ ଦିଅନ୍ତୁ ,ତାଲିମ ନିଅନ୍ତୁ ସୈନିକ ହେବାର ଅଭିଳାଷ ନେଇ ଏବଂ ସେବା କରନ୍ତୁ ଦେଶ ମାତୃକାର, ଗୌରବମୟ ହେଉ ବାଣପୁର ଅଞ୍ଚଳ । ଓଡ଼ିଶାରେ ବାଣପୁରର ନା ସ୍ଵର୍ଣ୍ଣକ୍ଷରରେ ଲିପିବଦ୍ଧ ହୋଇ ରହୁ ।

LEAVE A REPLY

Please enter your comment!
Please enter your name here