ଆଉ ନାହାନ୍ତି ସାରସ୍ୱତ ସାଧକ କୁମରବର ଚୌଧୁରୀ : ସଦର ମାଟିରେ ଶୋକ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜା ଉପକଣ୍ଠ ଡିହ ସରିଚୁଆଁ ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ଧର୍ମ ପରାୟଣ ବ୍ୟକ୍ତିତ୍ଵ କୁମରବର ଚୌଧୁରୀ ଙ୍କ (୧୦୦) ଙ୍କ ବିୟୋଗ ଘଟିଛି । ଏହି ଆଦର୍ଶ ପ୍ରତିଭାଙ୍କ ବିୟୋଗରେ ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଗଭୀର ଶୋକ ପ୍ରକାଶ କରିବା ସହ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସେହି ସାରସ୍ୱତ ସାଧକଙ୍କୁ ଗ୍ରାମ ଶ୍ମଶାନରେ ଶେଷ କୃତ୍ୟ ସଂପନ୍ନ ସହ ତାଙ୍କ ସୁପୁତ୍ର ସମାଜ ସଂସ୍କାରକ ପ୍ରକାଶ ଚୌଧୁରୀ ମୁଖାଗ୍ନୀ ଦେଇଥିଲେ . ଏଥି ସହ ପରିଷଦ ସ୍ୱଜନ ଉପସ୍ଥିତ ରହି ଶବ ସଂସ୍କାର କରାଯାଇଥିଲା ।

Leave a Reply

Your email address will not be published. Required fields are marked *