ଚାନ୍ଦପୁର ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ ନିବାସରେ ଓମିକ୍ରନ ପାର୍ଟି !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ରାଜ୍ୟରେ ଓମିକ୍ରନ ଜନିତ ସଂକ୍ରମଣ ଦିନକୁ ଦିନ ଉପର ମୁହାଁ ହେବାରେ ଲାଗିଛି । ଓମିକ୍ରନ କବଳରୁ ରକ୍ଷା ପାଇବା ପାଇଁ ସରକାର ବିଭିନ୍ନ ଗାଇଡ ଲାଇନ ପ୍ରସ୍ତୁତ କରୁଛନ୍ତି । ସ୍କୁଲ କଲେଜ ବନ୍ଦ ସହିତ , ନାଇଟ କର୍ଫ୍ୟୁ ମଧ୍ୟ ଜାରି କରାଗଲାଣି । ମଲା ମୂର୍ତ୍ତିକିଆ , ବିବାହ ବ୍ରତ ରେ ମଧ୍ୟ ଲାଗୁ ହୋଇଛି କଟକଣା । ଏହି ସମୟରେ ସବୁ କଟକଣାକୁ ଫୁ କରି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଚାନ୍ଦପୁର ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ ନିବାସ ପରିସର ମଧ୍ୟରେ ଗତକାଲି ୭/୧/୨୦୨୨ ତାରିଖରେ ଚାଲିଥିଲା ଭୋଜି ଭାତର ଆସର ।

ନା ଅଛି ମୁହଁ ରେ ମାସ୍କ ନା ପାଳନ ହେଉଛି କୋଭିଡ ଗାଇଡ ଲାଇନ । ଆୟୋଜନ ଆଉ କେହି କରି ନାହାନ୍ତି , ଖୋଦ ମେଡିକାଲ ସୁପରିଟେଣ୍ଡ ଏସ ଏନ୍ ରାଓ ପାର୍ଟିର ଆୟୋଜନ କରିଥିବା ଶୁଣିବାକୁ ମିଳିଛି । ମେଡିକାଲ ପରିସରରେ ଥିବା ଏକ ସରକାରୀ କ୍ୱାର୍ଟର ରେ ଚାଲିଥିଲା ଭୋଜିଭାତ ର ଆସର । ମଧ୍ୟାହ୍ନ ଭୋଜନ ପାଇଁ କରାଯାଇଥିଲା ସମସ୍ତ ପ୍ରକାର ଆୟୋଜନ । ସାମିଲ ହୋଇଥିଲେ ଚାନ୍ଦପୁର ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ ନିବାସର ଶତାଧିକ କର୍ମଚାରୀ । ଜଣେ ଡାକ୍ତର ହୋଇ କିପରି ଶତାଧିକ କର୍ମଚାରୀ ଙ୍କୁ ନେଇ ଭୋଜିଭାତ କରିଥିଲେ ତାହା ଏବେ ସାଧାରଣ ରେ ଚର୍ଚ୍ଚା ର ବିଷୟ । ତେବେ ସ୍ଥାନୀୟ ଲୋକେ କହୁଛନ୍ତି , ସିଆରସି ଙ୍କ ଗାଇଡ଼ ଲାଇନ ଜାରି ପରେ ଏକ ଡାକ୍ତର ବାବୁଙ୍କ ଓମିକ୍ରନ ପାର୍ଟି .

Leave a Reply

Your email address will not be published. Required fields are marked *