ବାଣପୁରରେ ଭୟାବହ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଭୟାବହ ଅଗ୍ନିକାଣ୍ଡ । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ସୂଚନା ମୁତାବକ ବାଣପୁର ବ୍ଲକ ରତନପୁର ଗ୍ରାମର ବସନ୍ତ ବେହେରାଙ୍କ ଘରେ ସଟସର୍କିଟ ହେତୁ ଆଜି ସକାଳେ ନିଆଁ ଲାଗି ଯାଇଥିଲା । ଘରେ କେହି ଉପସ୍ଥିତ ନଥିବା ବେଳେ ଉକ୍ତ କାଣ୍ଡ ଘଟିଥିଲା । ଖବର ପାଇ ବାଣପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ବସନ୍ତଙ୍କ ଚାଳ ଘରର ଦୁଇ ବଖରା ପୋଡି ନଷ୍ଟ ହୋଇଯାଇଛି । ତତ ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ମଧ୍ୟ ଜଳି ପୋଡି ପାଉଁଶ ହୋଇଯାଇଛି । ତେବେ ବସନ୍ତ ଅତି ଗରିବ ଶ୍ରେଣୀର ହୋଇଥିବା ବେଳେ ତାଙ୍କ ପାଇଁ ସରକାରୀ ସହାୟତା ନିମନ୍ତେ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *