ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲାରେ ଚଳିତ ମାସ ୨୩ ତାରିଖରୁ ୩ ଦିନ ଧରି ପଲସ୍ ପୋଲିଓ ଟୀକା କରଣ ଅଭିଯାନ ଆରମ୍ଭ ହେବ । ଏ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା ତ୍ରିଲୋଚନ ପ୍ରଧାନଙ୍କ ଅଧ୍ୟକ୍ଷ୍ୟତରେ ମଙ୍ଗଳବାର ଜିଲ୍ଲା କାର୍ଯ୍ୟ।ଳୟର କୋର୍ଟ ରୁମରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ଯେପରି ଜଣେ କେହି ଶିଶୁ ପୋଲିଓ ଟୀକା କରଣରୁବଞ୍ଚିତ ନ ହୁଅନ୍ତି ସେଥି ପାଇଁ ଏହି ଜାତୀୟ କାର୍ଯ୍ୟକ୍ରମରେ ନିୟୋଜିତ କର୍ମଚାରୀ ମାନେ ବିଶେଷ ଯତ୍ନବାନ ହେବାକୁ ଡା ପ୍ରଧାନ ପରାମର୍ଶ ଦେଇଛନ୍ତି । ୫ ବର୍ଷ ବୟସରୁ କମ୍ ୧ ଲକ୍ଷ ୧୬ ହଜାର ୭୯୬ ଜଣ ଶିଶୁଙ୍କୁ ଟୀକା କରଣ କରାଯିବ । ଜାନୁଆରୀ ୨୩ ତାରିଖରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଅଙ୍ଗନୱାଡି କେନ୍ଦ୍ର ଓ ବିଦ୍ୟାଳୟରେ ହୋଇଥିବା ବୁଥ୍ ଗୁଡିକରେ ଟୀକା କରଣ କରାଯିବ । ଏଥି ପାଇଁ ୫୯୭ ଟି ବୁଥ୍ ଚିହ୍ନଟ କରାଯାଇଛି । ପରବର୍ତ୍ତୀ ୨ ଦିନ ୨୪ ଓ ୨୫ ତାରିଖରେ ଘରକୁ ଘର ବୁଲି ଟୀକା କରଣ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି । ଏଥି ପାଇଁ ୧୯ ଟି ମୋବାଇଲ୍ ଟିମ୍, ୩୬ ଟି ଟ୍ରାଞ୍ଜିଟ୍ ଟିମ ଏବଂ ୨୪୯୮ ଜଣ ଟୀକାଦାତା ନିୟୋଜିତ ହେବେ । ପ୍ରଥମ ଦିନରେ ଜିଲ୍ଲାରେ ୮୦ ପ୍ରତିଶତ ଶିଶୁଙ୍କୁ ଟୀକା କରଣ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ଆକଳନ କରିଛି । ଏହି ଅଭିଯାନରେ ଅଙ୍ଗନୱ।ଡି, ଆଶ। କର୍ମୀ, ଶିକ୍ଷକ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ବିଭିନ୍ନ ଅନୁଷ୍ଠାନର ସ୍ଵେଚ୍ଛାସେବୀ ମାନଙ୍କୁ ସାମିଲ କରାଯିବ । ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସିନିୟର ମେଡିକାଲ୍ ଅଫିସର ଡକ୍ଟର ସନ୍ତୋଷ କୁମାର ସାହୁ, ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଓ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ଚଳିତ ମାସ ୨୩ ତାରିଖରୁ ୩ ଦିନ ଧରି ଚାଲିବ ପଲସ୍ ପୋଲିଓ ଟୀକା କରଣ ଅଭିଯାନ !!!

