ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଲେ ଆବାସ ଯୋଜନାରୁ ବଞ୍ଚିତ ପରିବାର !!!

0
222

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କିସ୍ତି ନ ପାଇବାରୁ ଦୀର୍ଘ ବର୍ଷ ଅପେକ୍ଷା କରିବା ପରେ ଶେଷରେ ସାଙ୍ଗରେ କୁନି କୁନି ପିଲାଙ୍କ ସହ କିରୋସିନି ଜାର ଧରି ବିଡ଼ିଓ ଙ୍କ କାର୍ଯ୍ୟାଳୟ ସାମ୍ନାରେ ଆତ୍ମାହୁତି ପାଇଁ ବସିଲେ ଗୋଟିଏ ପରିବାରର ୫ ଜଣ ସଦସ୍ୟ । ଘଟଣାଟି ହେଉଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କାର୍ଯ୍ୟଳୟରେ । ଏହି ବ୍ଲକର ଓରତି ପଞ୍ଚାୟତର କୃଷ୍ନଦାସପୁର ଗାଁ ନିର ମଳିକ , ନିଜ ପୁଅ ବୋହୂ ଓ ଦୁଇ ନାବାଳକ ନାତିଙ୍କୁ ଧରି କିରାସିନି ଜାର ସହ ବ୍ଲକ ବିଡ଼ିଓଙ୍କ କାର୍ଯ୍ୟଳୟ ସାମ୍ନାରେ ଆତ୍ମାହୁତି ଧମକ ଦେଇ ବସି ରହିଥିଲେ । ଅଭିଯୋଗ ଅନୁଯାୟୀ 2005 / 2006 ମସିହାରେ ତାଙ୍କର ଆବାସ ଯୋଜନାରେ ଏକ ଘରର କାର୍ଯ୍ୟାଦେଶ ମିଳିଥିଲା ଏବଂ ପ୍ରଥମ କିସ୍ତି ମଧ୍ୟ ମିଳିଥିଲା . ତେବେ ପରେ ପରେ ସେ ଘର ଡ଼ିପିସି ପର୍ଯ୍ୟନ୍ତ କରିଥିଲେ ହେଲେ ଆଜିଯାଏ ଅନ୍ୟ କିସ୍ତି ପାଇ ନାହାନ୍ତି । ଅନେକ ଥର ଗାଁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ୍ ପ୍ରଶାସନିକ ଅଧିକାରୀ ଓ ନେତାଙ୍କୁ ଗୁହାରି କରିଥିଲେ ମଧ୍ୟ କେହି ନଶୁଣିବାରୁ ସେ ତାଙ୍କ ପରିବାର ଧରି ଶେଷରେ ଘର ତିଆରି ପଇସା ନ ମିଳିଲେ ଆତ୍ମାହୁତି ନିଷ୍ପତ୍ତି ନେଲେ ବୋଲି କହିଛନ୍ତି । ଅନ୍ୟପଟେ ବିଡ଼ିଓ ଆସି ସମ୍ପୃକ୍ତ ପରିବାର ସହ ଆଲୋଚନା କରି ଏହାର ତଦନ୍ତ କରି ତାଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here