ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ପାଳଲହଡା ଉପଖଣ୍ଡ ୨୪୯ ନଂ ଜାତୀୟ ରାଜପଥରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । କେତେଵେଳେ ଚୋରା କୋଇଲା ତ ଆଉ କେତେଵେଳେ ଚୋରାକାଠ । ତେବେ ଚୋରା ଗଞ୍ଜେଇ ଚାଲାଣ ଏହି ରାସ୍ତାର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନଵାଚୀ ସୃଷ୍ଟି କରୁଛି । ଏଭଳି ଏକ ଘଟଣା ସାରା ପାଳଲହଡାରେ ଚର୍ଚ୍ଚା ବିଷୟ ପାଲଟିଛି l ସୂଚନା ମୁତାବକ, ଖମାର ପୁଲିସ ରାତିରେ ପାଟ୍ରୋଲିଂ କରୁଥିବା ବେଳେ ୨ କ୍ୱିଣ୍ଟାଲ ୯୭ କେଜି ଗଞ୍ଜେଇ ଜଵତ କରିଛି । ଏହାର ଆନୁମାନିକ ମୁଲ୍ୟ ୫୦ ଲକ୍ଷ ଟଙ୍କା ହେଵ ବୋଲି ପୁଲିସ ସୂତ୍ରରୁ ପ୍ରକାଶ । ଏହି ଗଞ୍ଜେଇ ଏକ ପାଣି ଟ୍ୟାଙ୍କର ଜରିଆରେ ଝାଡଖଣ୍ଡକୁ ଚାଲାଣ ହେଉଥିବା ପୁଲିସ ସୂଚନା ଦେଇଛି । ଉକ୍ତ ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତି ହେଲେ ଝାଡଖଣ୍ଡ ଅଞ୍ଚଳର ଅନିଲ ସ ଏବଂ ଫୁଲଚାନ୍ଦ ବରିହା । ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ପାଣି ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ !!!

