ଜଗତସିଂହପୁର ( ଆୱାଜ ମିଡ଼ିଆ ) – ସୁନିଲ କୁମାର ଲେଙ୍କା : ଜଗତସିଂହପୁର ବ୍ଲକ୍ ଅନ୍ତର୍ଗତ ଯାହାନପୁର ପଞ୍ଚାୟତ ର ମା ବୁଢୀ ତରଡେଇ ଠାକୁରାଣୀ ପୀଠରେ ଯାହାନପୁର ବିଜୁ ଜନତା ଦଳର କର୍ମୀ ମାନଙ୍କ ପକ୍ଷରୁ ଏକ ସେଚ୍ଛାକୃତ ରକ୍ତଦାନ ଶିବିର ଓ ଓଡ଼ିଶା ମୋ ପରିବାରର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଏହା ସହିତ ବିଜୁ ଜନତା ଦଳର କର୍ମୀ ଓ ଯୁବକ ମାନଙ୍କ ର ରକ୍ତଦାନ ପରି ମହତଦାନ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ବର୍ତ୍ତମାନ କରୋନା ଜ୍ଵାଳାରେ ସମସ୍ତେ ଭୟଭିତ ହେଉଥିବା ବେଳେ ସ୍ୱାସ୍ଥ୍ୟକୁ ଜଗି ରଖି ଚଳୁଥିବା ବେଳେ ଯାହାନପୁର ଯୁବକ ମାନେ ଲୋକଙ୍କ ଜୀବନ ରକ୍ଷା ପାଇଁ ରକ୍ତଦାନ ପରି ସାମାଜିକ କାର୍ଯ୍ୟ କରିଥିବାରୁ ଶ୍ରୀ ଦାସ ଢେର୍ ପ୍ରଶଂସା କରିଥିଲେ । ପ୍ରତିକୂଳ ପାଗ ବର୍ଷାର ଆଗମନ ସତ୍ୱେ ପରିଶେଷରେ ଏହି କାର୍ଯ୍ୟକ୍ରମରେ ୨୭ ୟନିଟ୍ ରକ୍ତ ସଂଗୃହିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଦିଲିପ୍ ରାମ, ପ୍ରତାପ ରାମ, ସ୍ଥାନୀୟ ସରପଞ୍ଚ ସୁଶାନ୍ତ କୁମାର ଦାସ, ରତିକାନ୍ତ ରାୟ , ସାରଙ୍ଗ ପାଇଟଳ, ମାନସ ମିଶ୍ର , ପ୍ରଭାତ ଦାସ , ପ୍ରୟାସ କେତନ ବେହେରା , ସୁବ୍ରତ କୁମାର ଜେନା, ଜ୍ୟୋତି ରଂଜନ ସାହୁ, ତନ୍ମୟ ସ୍ୱାଇଁ , ମନ୍ମଥ କୁମାର ସ୍ୱାଇଁ , ବିଶ୍ୱଜିତ୍ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିବା ବେଳେ ଡକ୍ଟର ପଙ୍କଜିନି ବେହେରା ଙ୍କ ସମେତ ନିହରିକା ମହାନ୍ତି, ଦୀପକ୍ ଦାସ, ଜ୍ୟୋତିର୍ମୟୀ ଦାସ, ହିରନ୍ୟ ଗୋଚ୍ଛାୟତ ,ଶ୍ରୀବତ୍ସ ସେଠୀ ପ୍ରମୁଖ ମେଡିକାଲ୍ କର୍ମଚାରୀ ସହଯୋଗ କରିଥିଲେ ।