ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଶିଳାନ୍ୟାସ କରିବାକୁ ଯାଇ ହଟହଟା ରେ ପଡିଲେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ । ନୟାଗଡ଼ ଜିଲ୍ଲା ରଣପୁର ପଞ୍ଚାୟତ ଅଫିସ୍ କାର୍ଯ୍ୟାଳୟ ପରିସରରେ ମିଶନ ଶକ୍ତି ଗୃହର ଶିଳାନ୍ୟାସ କରିବା ପାଇଁ ରଣପୁର ବିଧାୟକ ପହଞ୍ଚିଥିଲେ । କିନ୍ତୁ ଫଳକରେ ବ୍ଲକ ଉପାଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଙ୍କ ନାମ ନଥିଲା । ସରକାରୀ କାର୍ଯ୍ୟକ୍ରମ ରେ କାହିଁକି ଫଳରେ ଉପାଧ୍ୟକ୍ଷ ଙ୍କ ନାମ ନାହିଁ ଏହାକୁ ନେଇ ଉପାଧ୍ୟକ୍ଷ ଏବଂ ତାଙ୍କ ସମର୍ଥକ ମାନେ ବିଧାୟକ ଙ୍କୁ ପ୍ରଶ୍ନ କରିଥିଲେ । ଏହାର ସନ୍ତୋଷଜନକ ଉତ୍ତର ବିଧାୟକ ଦେଇ ପାରି ନଥିଲେ । ଏହି ଘଟଣାକୁ ନେଇ ବିଧାୟକଙ୍କୁ ଉପାଧ୍ୟକ୍ଷ ଙ୍କ ସମର୍ଥକ ମାନେ ବିରୋଧ କରିଥିଲେ । ଫଳରେ ବିଧାୟକ ଶିଳାନ୍ୟାସ କରି ନପାରି ହଟହଟା ହୋଇ ଫେରିଥିଲେ । ଏସମ୍ପର୍କରେ ଉପାଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ନିଜର ମାନହାନି ହୋଇଥିବା ନୟାଗଡ଼ ଜିଲ୍ଲାପାଳ ଓ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଉପାଧ୍ୟକ୍ଷ ବିଜେପି ସମର୍ଥକ ହୋଇଥିବାରୁ ଜାଣିଶୁଣି ତାଙ୍କ ନାମକୁ ଫଳକରେ ଲେଖା ଯାଇନଥିବା ରଣପୁର ନିର୍ବାଚନ ମଣ୍ଡଳୀ ରେ ଚର୍ଚ୍ଚା ଯୋର ଧରିଛି ।
ଶିଳାନ୍ୟାସ ପର୍ବରେ ଶିଶୁପାଳ ହେଲେ ରଣପୁର ବିଧାୟକ !!!

