ଖୋର୍ଦ୍ଧା ର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ତଥା ଶୈବ ପୀଠ ଗୁଡିକରେ ବର୍ତ୍ତମାନ କୋଭିଡ ମହାମାରୀ ରୋଗ ବୃଦ୍ଧି ପାଉଥିବାରୁ ଲୋକ ଗହଳି ରୋକିବା ପାଇଁ ୧୪୪ ଧାରା ଜାରି କରାଯାଇଛି । ସେଥି ମଧ୍ୟରୁ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଅଟ୍ରି ଉଷ୍ଣ ପ୍ରତ୍ସବଣ ଅନ୍ୟତମ । ଏଠାରେ ମକର ସଂକ୍ରାନ୍ତି ଦିନ ବନ୍ଧ୍ୟାନାରୀ ମାନେ ଶୁଦ୍ଧପୁତ ଭାବରେ ସ୍ନାନ କରି ମାନସିକ କୁଣ୍ଡରେ ଗୁଆ ଖୋଜିଥାନ୍ତି । ଏଠାକୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମକର ମେଳା ଦେଖିବା ପାଇଁ ଆସିଥାନ୍ତି । ଏହି ଲୋକ ସମାଗମକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରା ଯାଇଛି ।

Leave a Reply

Your email address will not be published. Required fields are marked *