ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ କରିଥିବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ବୁଧବାର ଗିରଫ କରିଛି । ସୂଚନା ଯେ, ଥାନା ଅଞ୍ଚଳର ଜଣେ ୧୭ ବର୍ଷର ନାବାଳିକାଙ୍କୁ ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ନିଶା ଗାଁର ଅଭିଶେକ ସ୍ୱାଇଁ ୨୦୨୧ ଏପ୍ରିଲ ୧୯ ତାରିଖ ରାତିରେ ଅପହରଣ କରି ନେଇ ଢ଼େଙ୍କାନାଳରେ ଏକ ଭଡ଼ାଘରେ ରଖିଥିଲେ । ସେଠାରେ ବିବାହର ବାହାନା କରି ଶାରିରୀକ ସମ୍ପର୍କ ସ୍ଥାପନ କରିଥିଲେ । ଫଳରେ ନାବାଳିକା ଗର୍ଭବତୀ ହୋଇଥିଲେ । ପରେ ଅଭିଶେକ ଏକ କ୍ଲିନିକ ରେ ନାବାଳିକାଙ୍କ ଗର୍ଭପାତ କରାଇଥିଲେ। ଏହାପରେ ନାବାଳିକାଙ୍କୁ ଅଭିଶେକ ଛାଡ଼ି ଦେଇଥିଲେ । ଫଳରେ ନାବାଳିକା ଆସି ତାଙ୍କ ଘରେ ପହଞ୍ଚି ସମସ୍ତ ଘଟଣା କହିଥିଲେ । ଅନ୍ୟପକ୍ଷରେ ଅଭିଶେକ ର କିଛି ଲୋକ ଆସି ନାବାଳିକାଙ୍କୁ ଘଟଣା ପୁଲିସରେ ନକହିବାକୁ ଧମକ ଚମକ ଦେଉଛନ୍ତି । ଏ ନେଇ ନାବାଳିକାଙ୍କ ମା’ ମଙ୍ଗଳବାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୁଲିସ ଥାନା କେସ୍ ନଂ ୨୬/୨୨ରେ ଦଫା ୩୬୩, ୩୬୬(ଏ), ୩୭୬(୨)(ଏନ୍), ୩୧୨, ୫୦୬ ଓ ପକ୍ସୋ ଆଇନର ଧାରା ୬ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଅଭିଶେକଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି ।

Leave a Reply

Your email address will not be published. Required fields are marked *