ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ବ୍ଲକ୍ ଅନ୍ତର୍ଗତ ଖଲାରି ଗାଁରେ ବୁଧବାର ସକାଳେ ୨୦ଟି ହାତୀ ପଲକୁ ଦେଖି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ସେମାନେ ଗାଁ ପାଖ ବୁଦୁ ବୁଦୁ କିଆ ଜଙ୍ଗଲରେ ବୁଲି ଡାଳ ପତ୍ର ଖାଉଥିଲେ । ନିକଟରେ ନାଲକୋ ପାଖ ବେନ୍ତପୂର୍ , ତୁଳସୀପାଳ ଗାଁ ରେ ହାତୀ ପଲ ଆତଙ୍କ ଖେଳାଇବା ସହ ଧାନ ଫସଲ ନଷ୍ଟ କରିଥିଲେ । ଖବର ପାଇ ବନ ବିଭାଗର କର୍ମଚାରୀ ମାନେ ହାତୀ ପଲଙ୍କୁ ଜଗି ରହି ସେମାନଙ୍କ ଗତିବିଧି ଉପରେ ନଜର ରଖିଛନ୍ତି ।
ଆତଙ୍କ ଖେଳାଇଛନ୍ତି ୨୦ ଟିକିଆ ହାତୀ ପଲ !!!

