ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ସାମ୍ବାଦିକ ସମ୍ମିଳନୀ ଡ଼ାକି କଂଗ୍ରେସ ଦଳରୁ ନିଜର ଇସ୍ତଫା ପ୍ରଦାନ କଲେ ବରିଷ୍ଠ ଆଇନଜୀବି ତଥା ଅନୁଗୁଳ ପୂର୍ବତନ ନଗର କଂଗ୍ରେସ ସଭାପତି ଦିଲୀପ ଦାସ । ଦିଲୀପ ନିଜ ବକ୍ତବ୍ୟରେ କହିଥିଲେ କି ସେ ଛାତ୍ର ରାଜନୀତି ରୁ କଂଗ୍ରେସ ଦଳ ପାଇଁ କାମ କରି ଆସିଥିଲେ । ପରେ ନଗର କଂଗ୍ରେସ ସଭାପତି, ଅନୁଗୁଳ ଓକିଲ ସଂଘର ୫ ଥର ସଭାପତି , ଥରେ ସମ୍ପାଦକ ରହି ଦଳ ଓ ଅନୁଗୁଳର ଉନ୍ନତି ପାଇଁ ବହୁ ଉଦ୍ୟମ କରିଥିଲେ । ମେଡ଼ିକାଲ କଲେଜ , ଡାକ୍ତରଖାନାର ଉନ୍ନତି, ପାଣି ସମସ୍ୟା ସମାଧାନ ପାଇଁ ଦାବି ଆଦି ସେ କରିଥିଲେ । କଂଗ୍ରେସ ପାଇଁ ଗତ ୩୦ ବର୍ଷ ଧରି ସେବା କରି ଆସିଥିଲେ ମଧ୍ୟ ତାଙ୍କୁ ଦଳ ପକ୍ଷରୁ ଉପଯୁକ୍ତ ମର୍ଯ୍ୟାଦା ମିଳି ନଥିଲା । ଗତ ଏକ ବର୍ଷ ଧରି ଦଳୀୟ କାର୍ଯ୍ୟକ୍ରମରୁ ସେ ଦୂରରେ ଥିଲେ ।ଦଳରୁ ଇସ୍ତଫା ଦେଇ ସେ ସେ ସ୍ଵାଧୀନ ଭାବେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ମନ ଦେବେ ବୋଲି ସାମ୍ବାଦିକଙ୍କୁ କହିଥିଲେ । ଅନ୍ୟପକ୍ଷରେ ସାମ୍ବାଦିକ ସମ୍ମିଳନୀ ଚାଲିଥିବା ବେଳେ ଦଳ ପକ୍ଷରୁ ତରବରିଆ ଭାବେ ମିଡିଆ ଗ୍ରୁପରେ ଦିଲୀପଙ୍କୁ ଦଳ ପକ୍ଷରୁ ୬ ବର୍ଷ ପାଇଁ ସସ୍ପେଣ୍ଡ କରାଗଲା ବୋଲି ବାର୍ତ୍ତା ଦେଇଥିଲେ । ସାମ୍ବାଦିକ ମାନେ ଏ ସମ୍ପର୍କରେ ପଚାରିବାରୁ ଦିଲୀପ କଂଗ୍ରେସ ଉପରେ ବର୍ଷିବା ସହ ଯେଉଁ ଦଳର ଅସ୍ତିତ୍ୱ ନାହିଁ ତାଙ୍କ ନିଲମ୍ବନର ମୂଲ୍ୟ ନାହିଁ ବୋଲି କହିଥିଲେ । ସାମ୍ବାଦିକ ସମ୍ମିଳନୀ ରେ ଦିଲୀପଙ୍କ ସହ ସାମାଜିକ କର୍ମୀ ବ୍ରହ୍ମଜ୍ୟୋତି ମିଶ୍ର , ଶତ୍ରୁଘ୍ନ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।
କଂଗ୍ରେସ ଦଳରୁ ଇସ୍ତଫା ପ୍ରଦାନ କଲେ ବରିଷ୍ଠ ଆଇନଜୀବି ତଥା ଅନୁଗୁଳ ପୂର୍ବତନ ନଗର କଂଗ୍ରେସ ସଭାପତି ଦିଲୀପ ଦାସ !!!

