ବାଲୁଗାଁ ଅବକାରୀ ବିଭାଗର ଚଢ଼ାଉ : ୬୨ ଲିଟର ଦେଶୀ ମଦ ଜବତ !!!

Spread the love

!!! ତିନି ଦେଶୀ ମଦ ବେପାରୀ ଙ୍କ ସହିତ ଦୁଇ ଜଣ ମହିଳା ଗିରଫ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅବକାରୀ ବିଭାଗ ବାଣପୁର ଥାନା ଅଧିନସ୍ଥ ମହତପଲା ଏବଂ ଜଗନ୍ନାଥପୁର ଗ୍ରାମରେ ଚଢ଼ାଉ କରି ଦୁଇ ଜଣ ମହିଳାଙ୍କ ସମେତ ତିନି ଜଣ ଦେଶୀ ମଦ ବେପାରୀକୁ ଗିରଫ କରିଛି । ମହତପଲା ଗ୍ରାମରୁ ଦୁଇ ଜଣ ମହିଳା ମଦ ବେପାରି ଗିରଫ ହୋଇଛନ୍ତି । ସେମାନଙ୍କ ନିକଟରୁ ୬୨ ଲିଟର ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ । ସେହିପରି ଜଗନ୍ନାଥପୁର ଗ୍ରାମରୁ ଗଙ୍ଗାଧର ଦଣ୍ଡସେଣଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୩୦ ଲିଟର ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ । ସମସ୍ତ ଗିରଫ ଅଭିଯୁକ୍ତଙ୍କ ବିରୋଧରେ ତିନି ଗୋଟି ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବାର ବାଲୁଗାଁ ଅବକାରୀ ଅଧିକାରୀ ରଞ୍ଜନ ଦାସ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *