ମହଙ୍ଗା ପଡିଲା ଗଣମାଧ୍ୟମକୁ ଗାଳି ଧମକ : ପଦବୀ ଯାଇଥିଲା , ଏବେ ଟିକେଟ ବି ମିଳିଲାନି !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ସତ୍ୟବ୍ରତ ଦାଶ : କଥାରେ ଅଛି କ୍ଷୀର ଉତୁରିଲେ ଚୁଲିକି ଯାଏ . ପଦବୀର ଅହଙ୍କାର , ରାଜନୈତିକ ପତିଆରା , ଘୋଟଲା କରି ଉପାର୍ଜିତ ଅର୍ଥର ମୋହରେ ଅନ୍ଧ ହୋଇ ଗଣମାଧ୍ୟମକୁ ଗାଳି ଧମକ ଦେବା ଶେଷରେ ମହଙ୍ଗା ପଡିଲା . ଏପରି ଅବସ୍ଥା ଦେଖିବାକୁ ମିଳିଛି ଡମପଡା ବ୍ଲକ କୁସପଙ୍ଗୀ ପଞ୍ଚାୟତ ନିସ୍ତିପୁର ଗ୍ରାମର ଅସୀତ ଜେନା ଓରଫ ଲୁଲିଆ କ୍ଷେତ୍ରରେ . ମନରେଗା ଅର୍ଥ ଘୋଟାଲାରେ ସମ୍ପୃକ୍ତି ଅଭିଯୋଗ ଆସିବା ପରେ ଡମପଡା ବ୍ଲକ ଯୁବ ବିଜେଡି ସଭାପତି ପଦରୁ ତଡା ଖାଇଥିବା ଏହି କୁଜି ନେତା ଶେଷରେ ଟିକେଟ ପାଇବାରୁ ବଞ୍ଚିତ ହୋଇଛନ୍ତି . ଡମପଡା ଜୋନ ରୁ ବିଜେଡି ଟିକେଟ ରେ ଜିଲ୍ଲା ପରିଷଦ ଲଢ଼ିବା ପାଇଁ ମୁଆଁ ଖାଇ ବସିଥିବା ଅସୀତ ଜେନା ଶେଷରେ ଶିଶୁପାଳ ପାଲଟିଛନ୍ତି . ଏପରିକି ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ମଧ୍ୟ ଦଳର ଅନ୍ୟ ନେତାଙ୍କୁ ମନୋନୟନ କରିଛନ୍ତି ଦଳୀୟ ଶୀର୍ଷ ନେତା . ଶେଷ ସମୟରେ କିଛି ପୋଷା ଗଣମାଧ୍ୟମ ପ୍ରତିନିଧିଙ୍କୁ ବ୍ୟବହାର କରି ସାମାଜିକ ଗଣମାଧ୍ୟମରେ ଏକ ଗ୍ରାଉଣ୍ଡ ଜିରୋ ସର୍ଭେ ଷ୍ଟଣ୍ଟ ଖେଳିଥିଲେ , ତାହା ମଧ୍ୟ କାମ ଦେଲାନାହିଁ . ବୁଡ଼ିଲା ଲୋକର ଗୋଡ ତଳକୁ ତଳକୁ ନୀତିରେ , ଅଧର୍ମ ବିତ୍ତ ମୂଳ ସହିତ ଯାଇଛି . ଆଉ ଏପରି ଘୋଟାଲାଵାଜ ନେତାଙ୍କୁ ଟିକେଟ ଦେଇ ରିସ୍କ ନେବାକୁ ଚାହିଁଲେନି ବାଙ୍କୀ ବିଜେଡି ନେତା . ଏପରିକି ସରପଞ୍ଚ ପ୍ରାର୍ଥୀ ଭାବରେ କରିଥିବା ନାମାଙ୍କନ ସୋମବାର ଦିନ ନିଜେ ପ୍ରତ୍ୟାହାର କରିବେ ବୋଲି ସାମାଜିକ ଗଣମାଧ୍ୟମରେ ପୋଷ୍ଟ ଦେଖିବାକୁ ମିଳିଛି . ଆଉ ଜର ଦାଉ ରେ ତାଟିଆ କାମୁଡିବା ପରି , ଦୁର୍ନୀତିର ମୁଖା ଖୋଲିଥିବା ସାମ୍ବାଦିକଙ୍କୁ ଦେଉଛନ୍ତି ଧମକ .

କ୍ରମଶଃ. . . .

Leave a Reply

Your email address will not be published. Required fields are marked *