କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ବାଙ୍କୀ ବ୍ଲକ କଳାପଥର ପଞ୍ଚାୟତ ପର୍ଶୁରାମପୁର ଗ୍ରାମରେ ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ଆରମ୍ଭ ହୋଇଛି ଧାନ ମଣ୍ଡି . ରାଜ୍ୟ ସରକାରଙ୍କ ୨୧ ଟି ବିଭାଗର ସହଭାଗିତାରେ ଚାଲିଥିବା ମିଶନ ଶକ୍ତି ମାଧ୍ୟମରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ଧାନ ମଣ୍ଡି ପରିଚାଳନା ପାଇଁ ଦାୟିତ୍ୱ ପ୍ରଦାନ କରାଯାଉଛି . କଟକ ଜିଲ୍ଲାରେ ମୋଟ ତିନୋଟି ମଣ୍ଡି ମହିଳା ଗୋଷ୍ଠୀ ମାଧ୍ୟମରେ ଚାଲିଥିବା ସମୟରେ ଶୁକଭୋଇ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ତାର କାମ ଶୁଭାରମ୍ଭ କରିଛି . ପ୍ରଥମ ଦିନରେ ୮ ଜଣ ଚାଷୀଙ୍କ ଠାରୁ ଦୁଇ ଶହ କ୍ୱିଣ୍ଟାଲ ଧାନ କ୍ରୟ କରାଯାଇଥିବାର ସୂଚନା ମିଳିଛି .