ବାରଙ୍ଗ ଜିଲ୍ଲା ପରିଷଦ ଜୋନ ପାଇଁ ତୁଷାରକାନ୍ତ ଚକ୍ରବର୍ତ୍ତୀଙ୍କ ନାମାଙ୍କନ !!!

Spread the love

ବାରଙ୍ଗ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବାଙ୍କୀ ବିଜେପି ନେତା ତଥା ବାରଙ୍ଗ ଅଞ୍ଚଳର ଯୁବ ସଂଗଠକ ତୁଷାରକାନ୍ତ ଚକ୍ରବର୍ତ୍ତୀ ବାରଙ୍ଗ ଜୋନ ପାଇଁ ଜିଲ୍ଲା ପରିଷଦ ଭାବରେ ନାମାଙ୍କନ ଦାଖଲ କରିଛନ୍ତି . ତେବେ ତୁଷାର ଙ୍କ ନାମାଙ୍କନ ପରେ ବିଜେପି ର ଦଳୀୟ ରାଜନୀତିକୁ ନେଇ ଜୋର ଧରିଛି ଚର୍ଚ୍ଚା . କିଏ କହୁଛି ସଂଜୟ ଙ୍କୁ ଶକ୍ତ ଧକ୍କା , ଆଉ କିଏ କହୁଛି ବାଜି ମାରିଲେ ବୁଲୁ , ଆଉ କିଏ କିଏ କହୁଛନ୍ତି ଅଜୟ ସ୍ୱାଇଁ ଖେଳ କରିଦେଲେ , ସାମାଜିକ ଗଣମାଧ୍ୟମରେ ପୋଷ୍ଟ ହେଲାଣି – ସଂଜୟ ଙ୍କ ପାଦ ତଳୁ ମାଟି ଖସିବା ଆରମ୍ଭ । ହେଲେ ବାସ୍ତବରେ ଏସବୁ କଥା ମନବୋଧ ଚଉତିଶା . ଜିଲ୍ଲା ପରିଷଦ ଟିକେଟ ଦଳୀୟ କାର୍ଯ୍ୟାଳୟରୁ ଆସୁଥିବାରୁ , ତାହା ବିଜୟ ସମ୍ଭାବନା ଅଧିକ ଥିବା ପ୍ରାର୍ଥୀଙ୍କୁ ଦିଆଯାଏ . କିନ୍ତୁ ବାଙ୍କୀ ରାଜନୀତିରେ ଯାହା ଲକ୍ଷ୍ୟ କରାଯାଉଛି , ଦଳୀୟ ମଙ୍ଗ ସମ୍ଭାଳୁଥିବା ନେତା ମାନେ ଜେନ ତେନ ପ୍ରକାରେଣ କାହାକୁ ବି ରାଜି କରାଇ , ତା ବେକରେ ଗୋଟେ ଫୁଲ ଵାଲା ଗାମୁଛା ଆଉ ଦି ଚାରିଟା ମଣ୍ଡା ମାଳ ଗଳାଇ ନାମାଙ୍କନ ସାରିଦେଲେ ଗଲା . ରାଜ୍ୟ କାର୍ଯ୍ୟାଳୟକୁ ଖବର ଦେବେ ଆମେ ସବୁ ଜାଗାରେ ପ୍ରାର୍ଥୀ ଦେଇଛୁ . ଅର୍ଥ ସିଧା ଭାଷାରେ କହିଲେ , ଯିଏ ପ୍ରାର୍ଥୀ ହେଲା ସିଏ ବଲି କା ବକରା ହେବା ଟା ଥୟ . କିନ୍ତୁ ବାରଙ୍ଗର ଯୁବନେତା ତୁଷାରକାନ୍ତ ଚକ୍ରବର୍ତ୍ତୀ ଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି ବ୍ୟତିକ୍ରମ . ବିଗତ ଦୁଇଟି ନିର୍ବାଚନରେ ସେ ବାଙ୍କୀ ରାଜନୀତିରେ ସକ୍ରିୟ ଏବଂ ବିଧାନସଭା ଟିକେଟ ଦୌଡରେ ମଧ୍ୟ ତାଙ୍କ ନାମ ଶୁଣିବାକୁ ମିଳିଥିଲା . କିନ୍ତୁ ପଞ୍ଚାୟତ ନିର୍ବାଚନରେ ନିଜେ ଲଢ଼ିବାର ସାହସ ଦେଖାଇଛନ୍ତି ତୁଷାରକାନ୍ତ . ରାଜ୍ୟ କାର୍ଯ୍ୟାଳୟରୁ ଟିକେଟ ନେଇ ସୂଚନା ମିଳିବା ପରେ ଅନ୍ୟ କାହା କାନ୍ଧରେ ବନ୍ଧୁକ ନରଖି ନିଜେ ସମ୍ଭାଳିଛନ୍ତି ବିଜେପି ର ମଙ୍ଗ . ଏପରି ଚ୍ୟାଲେଞ୍ଜ ଗ୍ରହଣକାରୀ ରାଜନୀତି ଖୁବ କମ ଦେଖିବାକୁ ମିଳେ . ସ୍ପଷ୍ଟ କଥା ହେଲା ବାଙ୍କୀ ରାଜନୀତିରେ ବିଜେପି ର ଅବସ୍ଥା କଣ ତାହା ସମସ୍ତଙ୍କୁ ଜଣା , ଭୋଟରଙ୍କୁ ଆଉ ନେତାଙ୍କୁ . ନିର୍ବାଚନରେ ବିଜେପି ଟିକେଟ ରେ ଲଢ଼ିଥିବା ନେତା ଆସନ୍ତା ନିର୍ବାଚନ ପର୍ଯ୍ୟନ୍ତ କେତେ ଯେ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବେ ତାହା ଅଙ୍ଗେ ନିଭାଇଥିବା ନେତା ହିଁ କହି ପାରିବେ . ତେଣୁ କାହାକୁ ଠିଆ ନକରାଇ ନିଜେ ପ୍ରାର୍ଥୀ ହେବା ପାଇଁ ଓ ଲଢ଼ିବା ପାଇଁ ତୁଷାରକାନ୍ତ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ରାଜନୀତିରେ ଏକ ସଠିକ ଗୋଟି ଚାଳନ . ଅନ୍ୟପକ୍ଷରେ ବାରଙ୍ଗ ଏପରି ଏକମାତ୍ର ଜୋନ ଯେଉଁଠାରେ ଆଗରୁ ଜିଲ୍ଲା ପରିଷଦ ସିଟ ରେ ପଦ୍ମ ଫୁଟି ସାରିଛି . ଫଳାଫଳ ପରେ ଆସିବ ବାଙ୍କୀ ବିଜେପି ରେ ନୂଆ ସମୀକରଣ ।

Leave a Reply

Your email address will not be published. Required fields are marked *