ଚିଲିକା ବାର ଆସୋସିଏସନ ର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ବାର ଆସୋସିଏସନ ପକ୍ଷରୁ ରବିବାର ଦିନ କୋଭିଡ ନିୟମ ଅନୁଯାୟୀ ବାର ଆସୋସିଏସନର ସଭାପତି ହରେକୃଷ୍ଣ ଜଗଦେବଙ୍କ ଅଧ୍ୟକ୍ଷତାରେ ପ୍ରଥମ ବାର୍ଷିକ ଉତ୍ସବ ନିରାଡ଼ମ୍ବର ଭାବେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଚିଲିକା କୋର୍ଟ ର ସିଭିଲ ଜଜ ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ବିକାଶ ଗୋଏଲ ଯୋଗ ଦେଇଥିଲେ । ସମ୍ପାଦକ ଅଶୋକ କୁମାର ଚମ୍ପତି ବାର୍ଷିକ ବିବରଣୀ ପାଠ କରିବା ସହ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପରିପେକ୍ଷୀରେ ଚିଲିକା ବାରର ସହ ସମ୍ପାଦକ ଚିତ୍ରସେନ ସାହୁ, କୋଷାଧକ୍ଷ ଦୁର୍ଗା ଶଙ୍କର ଶତପଥୀ, ବରିଷ୍ଠ ଆଇନଜିବୀ ଅରୁଣ କୁମାର ହୋତା, ହେମନ୍ତ କୁମାର ସାହୁ, ଅଶୋକ କୁମାର ଜେନା, ରାମ ଚଦ୍ର ପଲାଇ, ବିରଞ୍ଚି ବେହେରା, ବିବେକ ପଣ୍ଡା, ଶାନ୍ତନୁ ମହାପାତ୍ର, ବିକାଶ ନାୟକ, ସୁକାନ୍ତ ପ୍ରଧାନ, କୋର୍ଟର କର୍ମଚାରୀ ଓ ସିଏସଆଇ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *