କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜା ବ୍ରହ୍ମପୁର ସ୍ଥିତ ସତ୍ୟ ନାରାୟଣ ବିଦ୍ୟାମନ୍ଦିରର ୧୯୮୯ ମସିହା ବ୍ୟାଚ୍ ବନ୍ଧୁମିଳନ ପର୍ବ ଓ ଗଣତନ୍ତ୍ର ଦିବସ ସ୍ଥାନୀୟ ମା’ଭଗବତୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି । ଦୁର୍ଭାଗ୍ୟକୁ ଏହି ପର୍ବରେ ଯୋଗ ଦେବାକୁ ଥିବା ବ୍ରହ୍ମପୁର ଗାଁର ଅନ୍ୟତମ ବନ୍ଧୁ ରବିନ୍ଦ୍ର ପାଣି ଙ୍କର ପୂର୍ବ ରାତିରେ ଅକାଳ ମୃତ୍ୟୁ ହୋଇ ଯାଇଥିବା ହେତୁ ,ସେଠାରେ ସର୍ବ ପ୍ରଥମେ ଦିବଂଗତ ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା । କରୋନା ନିୟମ ଅନୁପାଳନ ପୂର୍ବକ ସମସ୍ତ ବନ୍ଧୁମାନେ ଆଗାମୀ ଦିନରେ ମା’ଭଗବତୀ ଉପବନରେ ଅଧିକ ବୃକ୍ଷ ରୋପଣ କରିବା ପାଇଁ ଏକ ଆଲୋଚନା ଚକ୍ରରେ ନିଷ୍ପତ୍ତି ନେଇଥିଲେ । ଏହି ପର୍ବରେ ମାନସ ରଥ, ନିରଞ୍ଜନ ଆଚାର୍ଯ୍ୟ, କିରଣ ପାଣି, ବରୁଣ ପାଣି, ଗଣେଶ ପଣ୍ଡା, ମାନେଶ ପଣ୍ଡା, ଶରତ ଭୋଇ, ବୈଷ୍ଣବ ଭୋଇ, ଦୀପକ ବାରିକ, ଜନାର୍ଦ୍ଦନ ସାହୁ, ନମିତା ପଣ୍ଡା , ରାଜଲକ୍ଷ୍ମୀ ପଣ୍ଡା , ମମତା ଆଚାର୍ଯ୍ୟ, ସରସ୍ଵତୀ ପାଣି, ସନ୍ଧ୍ୟାରଣି ପଣ୍ଡା, ଲୋଭାସିନି ସାହୁ, ମନ୍ଦାକିନୀ ପଣ୍ଡା (ଏ), ମନ୍ଦାକିନୀ ପଣ୍ଡା (ବି) , ତେଜସ୍ଵିନି ପାଣି ପ୍ରମୁଖ ଯୋଗ ଦେଇଥିଲେ ।
ସତ୍ୟ ନାରାୟଣ ବିଦ୍ୟାମନ୍ଦିର ୧୯୮୯ ମସିହା ବ୍ୟାଚ୍ ର ବନ୍ଧୁମିଳନ !!!

