ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ମାଟିଆସାହି ସ୍ଥିତ ଓପିଟିସିଏଲ୍ କାର୍ଯ୍ୟାଳୟ ନିକଟରୁ ପ୍ରାୟ ୨ ଲକ୍ଷ ୮୦ ହଜାର ଟଙ୍କାର ବିଦ୍ୟୁତ୍ ଖୁଣ୍ଟ ଚୋରି ହୋଇ ଯାଇଛି । ୧୩ ମିଟର ଲମ୍ବ ବିଶିଷ୍ଟ ୮ ଟି ବିଦ୍ୟୁତ୍ ଖୁଣ୍ଟ ଦୁର୍ବୃତ୍ତ ମାନେ ଉଠାଇ ନେଇଥିବା ଠିକାସଂସ୍ଥା କୋର ଏନର୍ଜି ସିଷ୍ଟମ ପ୍ରାଇଭେଟ ଲିମିଟେଡ୍ର ବରିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ସ୍ୱାଇଁ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପ୍ରକାଶ ଯେ, ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ନିମନ୍ତେ ଏହି ଖୁଣ୍ଟ ସବୁ କାର୍ଯ୍ୟାଳୟ ନିକଟରେ ଜମା କରାଯାଇଥିଲା । ତେବେ ଗତ ୨୬ ତାରିଖ ରେ ଦୁର୍ବୃତ୍ତ ମାନେ ଜମା ହୋଇଥିବା ଖୁଣ୍ଟ ଗୁଡ଼ିକ ମଧ୍ୟରୁ ୮ଟିକୁ ଉଠାଇ ନେଇଛନ୍ତି । ଶୁକ୍ରବାର ଶ୍ରୀ ସ୍ୱାଇଁ ଚୋରି ସମ୍ପର୍କରେ ସୂଚନା ପାଇ ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ଥାନାରେ ଲିଖିତ ଅଭଯୋଗ ପରେ ପୁଲିସ ଘଟଣାର ଅନୁସନ୍ଧାନ ଚଳାଇଛି ।
ଓପିଟିସିଏଲ୍ କାର୍ଯ୍ୟାଳୟ ନିକଟରୁ ୨ ଲକ୍ଷ ୮୦ ହଜାର ଟଙ୍କାର ବିଦ୍ୟୁତ୍ ଖୁଣ୍ଟ ଚୋରି !!!

