ନୟାଗଡ ର ପ୍ରସିଦ୍ଧ ପୀଠ ମା ଦକ୍ଷିଣକାଳୀଙ୍କ ମନ୍ଦିର ରୂପାନ୍ତରଣ ପାଇଁ ଶିଳାନ୍ୟାସ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ ର ପ୍ରସିଦ୍ଧ ପୀଠ ମା ଦକ୍ଷିଣକାଳୀଙ୍କ ମନ୍ଦିର ରୂପାନ୍ତରଣ ପାଇଁ ଶିଳାନ୍ୟାସ ! ନୟାଗଡ଼ ସହରର ଆରାଧ୍ୟ ଦେବୀ ମା ଦକ୍ଷିଣକାଳୀଙ୍କ ମନ୍ଦିର ରୂପାନ୍ତରଣ ପାଇଁ ୫ଟି ରୂପାନ୍ତରଣ ଯୋଜନାରେ ଅର୍ଥ ବ୍ୟୟ ବରାଦ ହୋଇଛି । ରାଜ୍ୟ ସରକାର ମନ୍ଦିର ପୁନଃ ନିର୍ମାଣ ଓ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ପାଇଁ ୩ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ବରାଦ କରିଛନ୍ତି ! ଏଥିପାଇଁ ଆଜି ପୁରୁଣା ସହରବାସୀ ଏବଂ ଦକ୍ଷିଣକାଳୀ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଜିର୍ଣ୍ଣଧାର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମନ୍ଦିରରେ ଅନୁଷ୍ଠିତ ଯଜ୍ଞରେ କାଉନସିଲର କିଷାନ୍ ଦାଶ ଏବଂ ତାଙ୍କ ପତ୍ନୀ କର୍ତ୍ତା ଭାବେ ଦାୟିତ୍ଵ ସମ୍ପାଦନ କରିଥିଲେ । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇ ଶିଳାନ୍ୟସା କରିଥିଲେ । ଏହି କାର୍ଯ୍ୟକ୍ରମରେ ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇଏବଂ ସମସ୍ତ କାଉନସିଲରଙ୍କ ସମେତ ଦୁଇ ହଜାରରୁ ଉର୍ଦ୍ଧ୍ଵ ଲୋକ ସାମିଲ ହୋଇଥିଲେ । ସମସ୍ତ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । ବିଧାୟକ ଡ. ସାହୁ ନିଜେ ପ୍ରସାଦ ବଣ୍ଟନ କରିଥିଲେ । ମା ଦକ୍ଷିଣକାଳୀଙ୍କ ମନ୍ଦିର ରୂପାନ୍ତରଣ ପାଇଁ ଶିଳାନ୍ୟାସ ହୋଇଥିବାରୁ ପୁରୁଣା ନୟାଗଡ ଅଞ୍ଚଳରେ ଆନନ୍ଦର ବାତାବରଣ ଦେଖାଦେଇଛି !

Leave a Reply

Your email address will not be published. Required fields are marked *