!!! ସାମାଜିକ ଗଣମାଧ୍ୟମ ପାଲଟିଛି ବଳିଷ୍ଠ ପ୍ଲାଟଫର୍ମ !!!
ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ସମଗ୍ର ରାଜ୍ୟରେ ନିର୍ବାଚନର ତାତି . ଭୋଟରଙ୍କୁ ମନାଇବାକୁ ଚାଲିଛି ନେତାଙ୍କ କସରତ . କୋଭିଡ କଟକଣା କାରଣରୁ ନିର୍ବାଚନ ପ୍ରଚାର ପାଇଁ ସାମାଜିକ ଗଣମାଧ୍ୟମ ପାଲଟିଛି ସବୁଠାରୁ ବଳିଷ୍ଠ ମାଧ୍ୟମ . ତେବେ କେବଳ ଯେ , ନେତା ପ୍ରଚାର କରିବା ପାଇଁ ସୋସାଲ ମିଡ଼ିଆ ବ୍ୟବହାର କରୁଛନ୍ତି ତାହା ନୁହେଁ ବରଂ ନେତାଙ୍କୁ ମଧ୍ୟ ଭୋଟରଙ୍କ ବହୁ ପ୍ରଶ୍ନ ର ସମ୍ମୁଖୀନ ହେବାକୁ ପଡୁଛି . ବାଙ୍କୀ ନିର୍ବାଚନ ମଣ୍ଡଳୀ ୩୪ ନମ୍ବର ଜିଲ୍ଲା ପରିଷଦ ଜୋନ ରେ ଏହା ପୂର୍ବରୁ ନିର୍ବାଚିତ ହୋଇଥିବା ଶାସକ ଦଳର ଟାଣୁଆ ନେତା ପ୍ରଣବ କିଶୋର ପଟେଲ ଙ୍କୁ ଭୋଟର ପଚାରିଛନ୍ତି ପ୍ରଶ୍ନ , ମାଗିଛନ୍ତି ଗତ ପାଞ୍ଚ ବର୍ଷର ହିସାବ , କହିଥିଲେ କଣ – କରିଛନ୍ତି କଣ ?? ଚଳିତ ନିର୍ବାଚନରେ ପ୍ରଣବ କିଶୋର ପଟେଲ ଶାସକ ଦଳର ସମର୍ଥନରେ ଡମପଡା ବ୍ଲକ ର ଦୁଲଣାପୁର ପଞ୍ଚାୟତରେ ସମିତି ସଭ୍ୟ ଭାବରେ ପ୍ରତିଦ୍ୱନ୍ଦିତା କରୁଥିବା ସମୟରେ ଡମପଡା ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ଅନ୍ୟତମ ଦାବୀଦାର ଅଟନ୍ତି . ତେବେ ଏହା ପୂର୍ବରୁ ସେ ବିଜେଡି ଟିକେଟ ରେ ବାଙ୍କୀର ଅଲଗା ଅଲଗା ତିନୋଟି ଜୋନ ରୁ ଲଗାତାର ଭାବରେ ଜିଲ୍ଲା ପରିଷଦ ସଭ୍ୟ ଭାବରେ ନିର୍ବାଚିତ ହୋଇଛନ୍ତି . ଏବେ ଦେଖିବାକୁ ବାକି ରହିଲା ବାଙ୍କୀ ବିଜେଡି ର ଏହି ପୁରୁଖା ନେତା ଭୋଟର ଙ୍କୁ ତାଙ୍କ ପ୍ରଶ୍ନର କି ଉତ୍ତର ଦେଉଛନ୍ତି , ନା “ରାତ ଗୟି ବାତ ଗୟି” ନ୍ୟାୟରେ ଚୁପ ରହୁଛନ୍ତି .

