କୁହୁଡି କୟଥପଲା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ଦୁଇ ମୃତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : କୁହୁଡି ହେଲା କାଳ । ଜାତୀୟ ରାଜପଥରେ ସ୍ପଷ୍ଟ ଦେଖା ନଯିବାରୁ ଘଟିଲା ଦୁର୍ଘଟଣା , ଯେଉଁଥିରେ ୨ ଜଣ ମୃତ୍ୟୁ ବରଣ କରିଛନ୍ତି । ଖବର ମୁତାବକ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ କୟଥପଲା ଛକ ନିକଟରେ ଆଜି ସକାଳୁ ଯୋଡ଼ାରୁ ଗୋପାଳପୁର ଅଭିମୁଖେ ଯାଉଥିବା ଏକ ଆଇରନ ବୋଝେଇ ଟ୍ରକଟି ବ୍ରେକ ଡ଼ାଉନ ଲାଗି ଛିଡା ହୋଇଥିଲା । ତେବେ କିଛି ସମୟ ପରେ ଆଉ ଏକ ଆଇରନ ବୋଝେଇ ଟ୍ରକଟି ପୂର୍ବରୁ ଛିଡା ହୋଉଥିବା ଟ୍ରକକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା । ଫଳରେ ଧକ୍କା ଦେଇଥିବା ଟ୍ରକର ଚାଳକ ଏବଂ ହେଲ୍ପର ଉଭୟଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ତେବେ ଘନ କୁହୁଡି ଯୋଗୁଁ ଉକ୍ତ ଦୁର୍ଘଟଣା ହୋଇଥିବାର ଟାଙ୍ଗୀ ଆଇଆଇସି ବିଜୟ ମଲ୍ଲିକ କହିଛନ୍ତି । ଅନୁରୂପ ଭାବେ ମୃତ ଗାଡ଼ି ଚାଳକ ଏବଂ ହେଲ୍ପର କେଉଁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ସୁଆଁପଦା ଅଞ୍ଚଳର ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡିଛି । ମୃତକ ଦ୍ୱୟ ହେଲେ ମୁନା ଜେନା (୨୫) ଏବଂ ବାବୁ ଜେନା (୫୦ ) । ପୋଲିସ ଉଭୟ ଗାଡ଼ି ଜବତ କରିବା ସହ ମୃତକଙ୍କ ପରିବାରବର୍ଗଙ୍କୁ ସୂଚନା ଦେଇଛି ଏବଂ ମୃତ ଶରୀର ଦ୍ଵୟଙ୍କୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *