କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜା ବହଳପଡା ଗ୍ରାମ ଅଧିକାରୀ ତଥା ଅଧ୍ୟାତ୍ମିକବାଦୀ ବ୍ୟକ୍ତିତ୍ୱ ବନ ବିହାରୀ ଜେନା ଙ୍କ ୭୩ ବର୍ଷ ବୟସରେ ହୃଦଘାତରେ ପରଲୋକ ଘଟିଛି । ଶ୍ରୀଯୁକ୍ତ ଜେନାଙ୍କ ପରଲୋକ ଖବର ଶୁଣି ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯିବା ସହ ତାଙ୍କ ମର ଶରୀରକୁ ଶୋଭାଯାତ୍ରାରେ ଅଞ୍ଚଳ ପରିକ୍ରମା କରି ଗ୍ରାମ ଶ୍ମଶାନ ଶେଷକୃତ୍ୟ ସଂପନ୍ନ କରାଯାଇଛି । ବହୁ ମାନ୍ୟଗଣ୍ୟ ବ୍ୟକ୍ତ ବିଶେଷଙ୍କ ସହ ଚତୁର୍ଦ୍ଦଶ ମଣ୍ଡଳୀର ସର୍ବାଧିକାରୀ, ଗ୍ରାମ କମିଟିର ମୁଖ୍ୟ ଆଦି ସମସ୍ତେ ପହଞ୍ଚି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦର ପକ୍ଷରୁ ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ ରାଜ୍ୟ ବାହାରୁ ସ୍ଵର୍ଗତ ଜେନାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଗଭୀର ଶୋକ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ସେ ଜଣେ ମେଳାପି, ମିଷ୍ଟଭାଷୀ, ନ୍ୟାୟବନ୍ତ ଏବଂ ପରୋପକାରୀ ବ୍ୟକ୍ତି ଭାବେ ସମଗ୍ର ଅଞ୍ଚଳରେ ସୁପରିଚିତ ଥିଲେ ଏଥିସହ ଗ୍ରାମର ବିଭିନ୍ନ ପର୍ବପର୍ବାଣୀ ପାଳନ, ପୂଜ୍ୟପୂଜା, ଧାର୍ମିକ କାର୍ଯ୍ୟରେ ମୁଖ୍ୟ ପୁରୋଧା ଭାବେ କାର୍ଯ୍ୟ କରିଥିଲେ ।
ଗ୍ରାମ ଅଧିକାରୀ ବନ ବିହାରୀ ଜେନାଙ୍କ ବିୟୋଗରେ ଶୋକ !!!

