ସାମାଜିକ କର୍ମୀ ଅଶ୍ଵିନୀ କୁମାର ଦେବତାଙ୍କ ନିର୍ବାଚନୀ ଇସ୍ତାହାର !!!

0
277

ତାଳଚେର ( ଆୱାଜ ମିଡ଼ିଆ ) – ଜମ୍ବେଶ୍ଵର ପଟ୍ଟନାୟକ : ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଥିବା ସମୟରେ, ଜନ ସମର୍ଥନ ପାଇବା ପାଇଁ ପ୍ରାର୍ଥୀ ମାନେ ଆପଣାଇଛନ୍ତି ଭିନ୍ନ ଭିନ୍ନ ତରିକା . ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ସମଲ ଗ୍ରାମ ପଞ୍ଚାୟତରେ ସମିତି ସଭ୍ୟ ଭାବରେ ନିର୍ବାଚନ ଲଢ଼ୁଛନ୍ତି ସାମାଜିକ କର୍ମୀ ଅଶ୍ୱିନୀ କୁମାର ଦେବତା . ନିର୍ବାଚନ ଲଢ଼ିବାର ଆଭିମୁଖ୍ୟ ସମ୍ପର୍କରେ ସ୍ପଷ୍ଟ କରି ସେ ପ୍ରକାଶ କରିଛନ୍ତି ନିଜର ନିର୍ବାଚନୀ ଇସ୍ତାହାର .

୧-ପଞ୍ଚାୟତ ଅଧିନସ୍ଥ ସମସ୍ତ ଶିକ୍ଷାନଷ୍ଠାନ ମାନଙ୍କର ଶିକ୍ଷାର ଗୁଣତ୍ମକ ମାନ ବୃଦ୍ଧି ପାଇଁ ବିଶେଷ ଧ୍ୟାନ ଦିଆ ଯିବ ।
୨- ପ୍ରତ୍ୟେକ ଗ୍ରାମର ନଳକୂପ ଗୁଡ଼ିକୁ କାର୍ଯ୍ୟକ୍ଷମ କରାଯିବ ।
୩- ପ୍ରତ୍ୟେକ ଗ୍ରାମକୁ ଭଲ ରାସ୍ତା ନିର୍ମାଣ ହେବ।
୪- ସବୁ ଯୋଜନାରେ ଯୋଗ୍ୟ ବ୍ୟକ୍ତିମାନଙ୍କୁ ସାମିଲ କରାଯିବ ।
୫- ସମସ୍ତ ଜଳ ଭଣ୍ଡାରର ଉନ୍ନତିକରଣ କରି ଚାଷୀ ଓ ଜଣ ସାଧାରଣଙ୍କ ସେବାରେ ନିୟୋଜିତ କରାଯିବ ।
୬- ପ୍ରତ୍ୟେକ ଗ୍ରାମ ତଥା ସମଲବ୍ୟାରେଜରେ ଶବ ଦାହ ଗୃହ ନିର୍ମାଣ ହେବ।
୭-ମନ୍ଦିର, ଦେବାଦେବୀ ପୀଠ ମାନଙ୍କର ରକ୍ଷଣା ବେକ୍ଷଣ ପାଇଁ ବିଶେଷ ଧ୍ୟାନ ଦିଆଯିବ।
୮-ପ୍ରତ୍ୟେକ ଗ୍ରାମରେ ଯୁବକ ମାନଙ୍କ ପାଇଁ ଖେଳ ପଡିଆର ବ୍ୟବସ୍ଥା କରାଯିବ।
୯- ପ୍ରତ୍ୟେକ ୬ ମାସରେ ଥରେ କୌଣସିି ନା କୌଣସି ଗ୍ରାମରେ ଜଣ ଶୁଣାଣି ମାଧ୍ୟମ ରେ ପଞ୍ଚାୟତର ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କରାଯିବା।
୧୦- ପ୍ରତ୍ୟେକ ଗ୍ରାମକୁ ଆଲୋକୀକରଣ କରାଯିବ।
୧୧- ପଞ୍ଚାୟତ ଅଧିନସ୍ଥ ପ୍ରତ୍ୟେକ ଗ୍ରାମର ସ୍ଵଚ୍ଛତା ଉପରେ ଧ୍ୟାନ ଦିଆଯିବ ।
୧୨-ପ୍ରତ୍ୟେକ ଗ୍ରାମରେ ଆବର୍ଜନା କୁଣ୍ଡ କରାଯିବ ।
୧୩- ପଞ୍ଚାୟତରେ ମିନି ପାର୍କ ନିର୍ମାଣ ହେବ ।
୧୪- ପଞ୍ଚାୟତ କାର୍ଯ୍ୟଳୟକୁ ଜନ ସାଧାରଣଙ୍କ ମନ୍ଦିର ରୂପେ ବିବେଚିତ କରାଯିବ ।
୧୫- ପ୍ରତ୍ୟେକ ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ।
୧୬- ସମଲବ୍ୟାରେଜ ଛକ ଠାରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ।

LEAVE A REPLY

Please enter your comment!
Please enter your name here