ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଦିବଂଗତ ଆଦର୍ଶ ଶିକ୍ଷକ ଗୋକୁଳାନନ୍ଦ ନାୟକଙ୍କ ଏକାଦଶାହ ରେ ଆୟୋଜିତ ହୋଇଯାଇଛି ସ୍ମୃତିସଭା . ଡମପଡା ବ୍ଳକ ଅନ୍ତର୍ଗତ ଦୁଲଣାପୁର ଗ୍ରାମ ପଞ୍ଚାୟତର ଅରପୁର ଗ୍ରାମର ସେବାନିବୃତ୍ତ ପ୍ରଧାନଶିକ୍ଷକ ଗୋକୁଳନନ୍ଦ ନାୟକଙ୍କର ୮୬ ବର୍ଷ ବୟସରେ ପରଲୋକ ହୋଇଥିଲା । ସ୍ୱର୍ଗତ ନାୟକ ଜଣେ ଶାନ୍ତ, ସଳଳ, ଅମାୟିକ , ମିଷ୍ଟଭାଷି, ପରୋପକାରି , ଧର୍ମପରାୟଣ, ଆଦର୍ଶ ଶିକ୍ଷକ ଭାବେ ବାଙ୍କୀ-ଡମପଡା ଅଞ୍ଚଳରେ ପରିଚିତ ଥିଲେ । କିଛିଦିନ ହେବ ଶାରୀରିକ ଅସୁସ୍ଥ ହୋଇ ଶଯ୍ୟାଶାୟୀ ଥିଲେ । ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ସମୟରେ ଏକାଦଶାହରେ ଆୟୋଜିତ ହୋଇ ଯାଇଛି ସ୍ମୃତି ଚାରଣ ସଭା । ସ୍ଥାନୀୟ ଅଞ୍ଚଳର ବହୁ ସାମାଜିକ କର୍ମୀ , ସାମ୍ବାଦିକ ମାନ୍ୟଗଣ୍ୟ ବ୍ୟକ୍ତି ସ୍ମୃତି ସଭାରେ ଉପସ୍ଥିତ ରହି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

ବାଙ୍କୀ ଡମପଡା ଅଞ୍ଚଳର ବରିଷ୍ଠ ନାଗରିକ ତଥା ଆଦର୍ଶ ଶିକ୍ଷକ ସ୍ୱର୍ଗତ ଗୋକୁଳାନନ୍ଦ ନାୟକଙ୍କ ଏକାଦଶାହ ଉପଲକ୍ଷେ ତାଙ୍କ ଅରପୁର ସ୍ଥିତ ବାସଭବନ ଠାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ ମନୋଜ କୁମାର ରାଉତଙ୍କ ସଂଯୋଜନାରେ ଉକ୍ତ ଶୋକସଭାରେ ସ୍ୱର୍ଗତ ନାୟକଙ୍କ ବହୁ ପ୍ରଶଂସକ ଓ ଶୁଭେଚ୍ଛୁ ତଥା ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ଆମ ପରିବାର ଚକ୍ରର ପ୍ରତିଷ୍ଠାତା କୁମାର ଅମୀୟ, କବି ଗୟାଧର ନାୟକ, କୁମାର ଶଙ୍କର , “ଗାଁ ମହକ ” ପତ୍ରିକାର ମୁଖ୍ୟ ସଂପାଦକ ଅକ୍ଷୟ କୁମାର ସାମଲ, ପାଲା ଗାୟକ ଦିଲ୍ଲିପ କୁମାର ମହାପାତ୍ର, ବନମାଳି ରାଉତ, ଡମପଡା ବିଜେପି ମଣ୍ତଳର ସଭାପତି ବିନୋଦ କୁମାର ଦାସ, ବାଙ୍କୀ ମା ଚର୍ଚ୍ଚିକା ସାମ୍ବାଦିକ ସଂଘର ସଭାପତି ଅରବିନ୍ଦ ବୀରବର ହରିଚନ୍ଦନ , ସଂପାଦକ ମନୋଜ କୁମାର ଦଳେଇ , ଯୁବ ସମାଜସେବୀ ତଥା ସାମ୍ବାଦିକ ନିରଞ୍ଜନ ସାହୁ , ସାମ୍ବାଦିକ ଶୁଭେନ୍ଦୁ କୁମାର ମହାପାତ୍ର, ମୁକେଶ ରାଉତ, ଦାଶରଥି ପଢିଆରୀ ପ୍ରମୂଖ ଯୋଗଦେଇ ନିଜର ଶୋକ ବ୍ୟକ୍ତ ମାଧ୍ୟମରେ ଶ୍ରଦ୍ଧା ସୁମନ ଜଣାଇଥିଲେ । ସ୍ୱର୍ଗତ ଶିକ୍ଷକଙ୍କ ପୁତ୍ର ଯୁବ ସାମ୍ବାଦିକ ସୁବ୍ରତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ୱର୍ଗତ ଗୋକୁଳାନନ୍ଦ ନାୟକ ନିଜ ଶିକ୍ଷକ ଜୀବନରୁ ଅବସର ପରେ ବହୁ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହିତ ଜଡିତ ହୋଇ ଗତ ଜାନୁଆରୀ ୨୪ ତାରିଖ ଦିନ ନିଜ ବାସଭବନରେ ପରଲୋକ ଗମନ କରିଥିଲେ ।

