ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : କଟକ ରୁ ବିଶାଖପାଟଣା ଅଭିମୁଖେ ଯାଉଥିବା ଏକ ସ୍କର୍ପିଓ ଗାଡ଼ି ନଂ OD 02 AB 8070 ନିର୍ମାଣାଧୀନ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଓଭରବ୍ରିଜ୍ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ପ୍ରତ୍ୟକ୍ଷଦର୍ଶୀ ଙ୍କ କହିବା ମୁତାବକ ଦୁର୍ଘଟଣା ଗ୍ରସ୍ତ ସ୍କର୍ପିଓ ଗାଡ଼ି ଟି କଟକ ଠାରୁ ବିଶାଖାପାଟା ଯାତ୍ରା କରୁଥିବା ବେଳେ ପ୍ରାୟ ଭୋର ୫ଟା ସମୟରେ ଡ୍ରାଇଭର ଙ୍କ ଆଖି ଲାଗିଯିବା କାରଣ ରୁ ଦୁର୍ଘଟଣାର ଶୀକାର ହୋଇଥିବାର ଜଣାପଡିଛି । ଗାଡ଼ିଟିରେ ଛୋଟ ବଡ ମିଶାଇ ସମୁଦାୟ ଆଠଜଣ ଲୋକ ଯାତ୍ରା କରୁଥିଲେ । ସୌଭାଗ୍ୟବଶତଃ ଦୁର୍ଘଟଣା ଗ୍ରସ୍ତ ଗାଡ଼ିଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇ ଯାଇଥିବା ବେଳେ ଗାଡ଼ି ମଧ୍ୟରେ ଯାତ୍ରା କରୁଥିବା କୌଣସି ଆରୋହୀଙ୍କର ବିଶେଷ କ୍ଷତି ହୋଇନାହିଁ . କିଛି ଜଣ ଆହତ ହୋଇଛନ୍ତି , ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ସମସ୍ତ ଆହତଙ୍କୁ ଭୁବନେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଛି ।
ଟାଙ୍ଗି ଚଣ୍ଡେଶ୍ୱର ବାଇପାସ୍ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା !!!

