ନାଚୁଣୀରେ ଉଲଗ୍ନ ଅବସ୍ଥାରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର : ପୋଲିସର ତଦନ୍ତ ଜାରି !!!

Spread the love

ବାଣପୁର ( ଆୱାଜ ମିଡିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଜୀବନଦେଇପୁର ଗ୍ରାମରେ ଏକ ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି । ଗ୍ରାମର ଶେଷ ଭାଗରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ଶବ ପଡିଥିବାର ଦେଖାଯାଇଛି । ଖବର ମୁତାବକ ଆଜି ସକାଳୁ ଜୀବନଦେଇପୁର ଗ୍ରାମର ଶେଷ ଭାଗ ପର୍ବତର ପାଦଦେଶରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ଶବ ଉଲଗ୍ନ ଅବସ୍ଥାରେ ପଡିଥିବାର ଗ୍ରାମବାସୀ ଦେଖିଥିଲେ । ଖବର ପାଇ ବର୍ତ୍ତମାନ ଘଟଣାସ୍ଥଳରେ ନାଚୁଣୀ ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ବ୍ୟକ୍ତି ଜଣକ କିଏ ଏବଂ କଣ ପାଇଁ ତାଙ୍କର ମୃତ୍ୟୁ ହୋଇଛି ତାହା ତଦନ୍ତ ପରେ ଜଣାପଡିବ ବୋଲି ପୋଲିସ କହିଛି ।

Leave a Reply

Your email address will not be published. Required fields are marked *