ଯାଜପୁର ( ଆୱାଜ ମିଡିଆ ) – ବ୍ୟୁରୋ ରିପୋର୍ଟ : ସମିତି ସଭ୍ୟ ପ୍ରାର୍ଥୀ ସେକ ଇଜହାର ଙ୍କ ପ୍ରତି ବଢୁଛି ଜନ ସମର୍ଥନ . ସୟଦପୁର ପଞ୍ଚାୟତରେ ସମିତି ସଭ୍ୟ ଭାବରେ ନିର୍ବାଚନ ଲଢ଼ୁଥିବା ସେକ ଇଜହାର ପଞ୍ଚାୟତର ବିଭିନ୍ନ ଗ୍ରାମରେ ଚଲାଇଛନ୍ତି ଜୋରଦାର ପ୍ରଚାର . ଯାଜପୁର ଜିଲ୍ଲାରେ ପଞ୍ଚାୟତ ରାଜନୀତି ଜୋର ଧରିଥିବା ସମୟରେ ନିର୍ବାଚନକୁ ଓହ୍ଲାଇଥିବା ପ୍ରାର୍ଥୀ ଜିତିବା ପାଇଁ ଦିନରାତି ଏକ କରିଛନ୍ତି . ଜିଲ୍ଲା ଅନ୍ତର୍ଗତ ବିଂଝାରପୁର ବ୍ଲକ ରେ ଦେଖିବାକୁ ମିଳିଛି ରାଜନୈତିକ ଉଷ୍ମତା . ବିଭିନ୍ନ ପଂଚାୟତରେ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀ ନିଜ ନିଜ ଶୈଳୀରେ ଭୋଟର ଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଚାର କରୁଛନ୍ତି . ସୟଦପୁର ପଞ୍ଚାୟତରେ ସମିତି ସଭ୍ୟ ଭାବରେ ନିର୍ବାଚନ ଲଢ଼ୁଥିବା ସେକ ଇଜହାର ପଞ୍ଚାୟତର ବିଭିନ୍ନ ଗ୍ରାମ ଓ ସାହିରେ ଡୋର କ୍ୟାମ୍ପେନିଙ୍ଗ କରି ମତଦାତା ମାନଙ୍କୁ ସହଯୋଗ ପାଇଁ ଅନୁରୋଧ କରୁଛନ୍ତି .
ସମିତି ସଭ୍ୟ ପ୍ରାର୍ଥୀ ସେକ ଇଜହାର ଙ୍କ ପ୍ରତି ବଢୁଛି ଜନ ସମର୍ଥନ !!!

