ବାରଙ୍ଗ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଦଳୀୟ ପ୍ରାର୍ଥୀଙ୍କୁ ଅଡୁଆ ସ୍ୱାଧୀନ ପ୍ରାର୍ଥୀ . ବାଙ୍କୀ ନିର୍ବାଚନ ମଣ୍ଡଳୀ ବାରଙ୍ଗ ୩୨ ନମ୍ବର ଜୋନ ରେ ସାମନାକୁ ଆସିଛି ଏପରି ଚିତ୍ର . ବାରଙ୍ଗ ଜୋନ ରେ ବିଜେପି ଟିକେଟ ରେ ଜିଲ୍ଲା ପରିଷଦ ନିର୍ବାଚନ ଲଢ଼ୁଥିବା ତୁଷାରକାନ୍ତ ଚକ୍ରବର୍ତ୍ତୀଙ୍କ ପାଇଁ ଭୋଟ କଟର ପାଲଟି ପାରନ୍ତି ସ୍ୱାଧୀନ ପ୍ରାର୍ଥୀ ନଳିନୀ କୁମାର ରାୟ . ନିର୍ବାଚନ ତାରିଖ ଘୋଷଣା ପରେ ବାରଙ୍ଗ ଜୋନ ରୁ ନଳିନୀ ରାୟ ବିଜେପି ଜିଲ୍ଲା ପରିଷଦ ଟିକେଟ ପାଇବା ନେଇ ଚର୍ଚ୍ଚା ଧରିଥିଲା . ତେବେ ଶେଷ ମୁହୂର୍ତ୍ତରେ ଅନ୍ୟତମ ବରିଷ୍ଠ ନେତା ତୁଷାରକାନ୍ତ ଚକ୍ରବର୍ତ୍ତୀ ଦଳୀୟ ଟିକେଟ ପାଇବା ପରେ ନୂତନ ସମୀକରଣ ଦେଖା ଦେଇଛି . ଦଳୀୟ ଟିକେଟ କଟିବା ପରେ ସ୍ୱାଧୀନ ଭାବରେ ନିର୍ବାଚନ ଲଢ଼ୁଥିବା ନଳିନୀ ରାୟ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ କଟର ସାବ୍ୟସ୍ତ ହୋଇ ପାରନ୍ତି .
ବାରଙ୍ଗ ଜିଲ୍ଲା ପରିଷଦ ଫାଇଟ : ତୁଷାରଙ୍କ ରାସ୍ତାରେ ନଳିନୀ କଣ୍ଟା !!!!

