ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅନ୍ତର୍ଗତ ବଡ଼ହାର ଗ୍ରାମରେ ସ୍ତ୍ରୀ ସଞ୍ଜୁକ୍ତା ସିଂକୁ ମାଡ଼ ମାରିଥିବା ଅଭିଯୋଗରେ ସ୍ୱାମୀ ଶିବରାମ ସିଂ (୪୨) କୁ ପୁଲିସ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି । ସଞ୍ଜୁକ୍ତା ର ଅଭିଯୋଗ କ୍ରମେ ପୁଲିସ ଏକ ମୋକଦମା ରୁଜୁ କରି ତଦନ୍ତ ଚଳାଇଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ସଞ୍ଜୁକ୍ତା ଓ ତାର ଝିଅକୁ ଶିବରାମ ଅଧିକାଂଶ ସମୟରେ ମଦ୍ୟପାନ କରି ମାରପିଟ କରେ । ଶୁକ୍ରବାର ରାତିରେ ସଞ୍ଜୁକ୍ତାକୁ ସ୍ୱାମୀ ଶିବରାମ ଆକ୍ରମଣ କରିବା ସହ ଶନିବାର ସକାଳେ ମଧ୍ୟ ମାରପିଟ କରିଥିଲା । ସଞ୍ଜୁକ୍ତା ଏ ସମ୍ପର୍କରେ ଶନିବାର ଥାନାରେ ଲିଖତ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ପୁଲିସ ଏକ ମୋକଦ୍ଦମା ରୁଜୁ କରି ରବିବାର ସ୍ୱାମୀ ଶିବରାମକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ସ୍ତ୍ରୀ କୁ ମାଡ ମାରି ସ୍ୱାମୀ ଗିରଫ !!!

