ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଅସହାୟ ଲୋକଙ୍କୁ ପୋଷାକ, ବାସନ ଏବଂ ଖାଦ୍ୟ ସାମଗ୍ରୀ ବଣ୍ଟନ !!!

Spread the love

ଚିଲିକା ( ଆୱାଜ ମିଡିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ସ୍ଥିତ ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ବାଣପୁର ବ୍ଳକରେ ସେବା କାର୍ଯ୍ୟ କରାଯାଇଛି। ସଂଗଠନ ପକ୍ଷରୁ ଘଞ୍ଚ ବରବରା ଜଂଗଲ ମଧ୍ୟରେ ଥିବା ଆଦିବାସୀ ଗ୍ରାମ ମହୁଲିଆ, ଲଣ୍ଡୁରୁ, ସିବିଡାରେ ବସବାସ କରୁଥିବା ପ୍ରାୟ ୮୦ ଟି ପରିବାରର ପିଲା ବଡ ମିଶାଇ ୨୫୦ ରୁ ଉର୍ଦ୍ଧ୍ବ ଲୋକମାନଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯିବା ସହ ସେମାନଙ୍କ ପାଇଁ ବିଭିନ୍ନ ପ୍ରକାରର ବସ୍ତ୍ର ଯଥା ଶାଢୀ, ଲୁଙ୍ଗି, ଧୋତି, ଗାମୁଛା ଏବଂ ପୋଷାକ ସହିତ ଷ୍ଟିଲ ବାସନ ଆଦି ବଣ୍ଟନ କରା ଯାଇଅଛି। ଏଥି ସହିତ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ନିଳାଦ୍ରୀପ୍ରସାଦ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ସହାୟତାରେ ସେମାନଙ୍କର ସ୍ୱାସ୍ଥ୍ୟ ଏବଂ ଚକ୍ଷୁ ପରୀକ୍ଷା କରାଯିବା ସହିତ ଆବଶ୍ୟକୀୟ ଔଷଧ ମଧ୍ୟ ବଣ୍ଟନ କରାଯାଇଅଛି। କ୍ଳବର ସଭାପତି ଗୋପାଳ ଚନ୍ଦ୍ର ନାୟକ, ସଂପାଦକ ସଚ୍ଚିଦାନନ୍ଦ ସେଠୀ, ପୂର୍ବତ୍ତନ ସଭାପତି ବିଜୟ କୁମାର ନନ୍ଦ, ପ୍ରବୀଣ କୁମାର ଜେନା, ପଦ୍ନନାଭ ମାଝି, ବିଜୟ କୁମାର ବେହେରା, ଧୀରେନ୍ଦ୍ରନାଥ ପାତ୍ର, ରବିନାରାୟଣ ନାୟକ ଓ ଅଶୋକ କୁମାର ପାତ୍ରଙ୍କ ସମେତ ସଭ୍ୟ ହିମାଂଶୁ କୁମାର ପାତ୍ର, ସୁନୀଲ କୁମାର ପାତ୍ର, ରବୀନ୍ଦ୍ରନାଥ ପ୍ରଧାନ,ସନ୍ତୋଷ କୁମାର ପାତ୍ର, ରବିନାରାୟଣ ପାଲ ଏବଂ କ୍ଳବର ପ୍ରଥମ ମହିଳା ଅଞ୍ଜନା ନାୟକଙ୍କ ସମେତ ବିସ୍ମିତା ପାତ୍ର ଓ ସ୍ବର୍ଣ୍ଣପ୍ରଭା ନାୟକ ପ୍ରମୂଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସେହିପରି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଡାକ୍ତର ପ୍ରଦୀପ୍ତ କୁମାର ନାୟକ, ସୁପରଭାଇଜର ରବିନାରାୟଣ ନାୟକ, ଚକ୍ଷୁ ଚିକିତ୍ସା ସହାୟକ ବିଜୟ କୁମାର ବେହେରା, ପୁରୁଷ ସ୍ୱାସ୍ଥ୍ୟ କର୍ମୀ ସୁକାନ୍ତ ସବର ତଥା ଆଶା ଓ ଅଂଗନ ବାଡି କର୍ମୀ ସ୍ୱାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷାରେ ସହାୟତା କରିଥିଲେ।

 

 

 

Leave a Reply

Your email address will not be published. Required fields are marked *