ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ନାଲକୋ ସ୍ମେଲଟର ପ୍ଲାଣ୍ଟରରେ ଜଣେ ଗ୍ରୁପ୍ ଜେନେରାଲ ମ୍ୟାନେଜରଙ୍କ କାର ରୁ ଚୋରା ଆଲୁମିନିୟମ ଉଦ୍ଧାର ହୋଇଛି । ସୂଚନା ଅନୁଯୟୀ, ସ୍ମେଲଟର ପ୍ଲାଣ୍ଟ ଫାଟକରେ ଶନିବାର ସନ୍ଧ୍ୟାରେ ନାଲକୋ ସିକ୍ୟୁରିଟି ଗାର୍ଡଙ୍କ ଦ୍ୱାରା ସିଆରଜି ବିଭାଗର ଗ୍ରୁପ୍ ଜେନେରାଲ ମ୍ୟାନେଜର ବି.କେ. ସ୍ୱାଇଁ ଙ୍କ କାର ( ଓଡି୧୯ଜେ- ୮୮୩୫ ) କୁ ଚାଳକ ନେଇ ଆସୁଥିବା ବେଳେ ଯାଞ୍ଚ କରାଯାଇଥିଲା । ଏଥିରେ ଚାଳକଙ୍କ ଗୋଡ଼ ତଳେ ୪ଟି ଆଲୁମିନିୟମ ଇଟା, ଯାହାର ମୂଲ୍ୟ ପ୍ରାୟ ୮ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ହେବ ମିଳିଥିଲା । ସକ୍ୟୁରିଟି କର୍ମଚାରୀ ମାନେ କାର ଚାଳକ ପ୍ରଫୁଲ ପ୍ରଧାନ (୩୦) ଙ୍କୁ ଧରି ନାଲକୋ ପୁଲିସକୁ ହସ୍ତାନ୍ତର କରିଥିଲେ । ଏ ନେଇ ନାଲକୋ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଚାଳକ ପ୍ରଫୁଲଙ୍କୁ କୋର୍ଟ ଚାଲାଣ କରିଛି ।
ଗ୍ରୁପ୍ ଜେନେରାଲ ମ୍ୟାନେଜର ଙ୍କ କାର ରୁ ଚୋରା ଆଲୁମିନିୟମ ଉଦ୍ଧାର !!!

