ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବଲିଉଡ୍କୁ ଲାଗିଛି ପୁଣି ଏକ ଶକ୍ତ ଝଟକା । କିଛି ଦିନ ପୂର୍ବେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ପରଲୋକ ହୋଇଥିବା ବେଳେ ଏବେ ଆସିଛି ଆଉ ଏକ ଦୁଃଖଦ ଖବର । ଆଖି ବୁଜିଛନ୍ତି ବଲିଉଡର ଡିସ୍କୋ କିଙ୍ଗ୍ ଭାବେ ପରିଚିତ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରି । ୬୯ ବର୍ଷ ବୟସରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଗତକାଲି ବିଳମ୍ବିତ ରାତିରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ସମସ୍ତଙ୍କ ପ୍ରିୟ ବାପି ଦା’ । ବାପି ଲାହିରି ଚାଲି ଯାଇଛନ୍ତି ସତ କିନ୍ତ ଛାଡି ଯାଇଛନ୍ତି ଅନେକ ସ୍ମୃତି। ସଙ୍ଗୀତ ଜଗତରେ ତାଙ୍କର ରହିଛି ଅଲିଭା ଛାପ । ତେବେ ବାପି ଦା’ଙ୍କ କେବଳ ବଲିଉଡ ନୁହେଁ ଓଡ଼ିଶା ସହ ମଧ୍ୟ ସମ୍ପର୍କ ରହିଛି । ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ନିଜ ଗୀତ ଆଉ ମ୍ୟୁଜିକର ଜାଦୁ ଚଳାଇଛନ୍ତି ବାପି ଦା’।
ଚାଲିଗଲେ ବାପି ଦା !!!

