ସ୍ମରଣୀୟ ଦିବସ କେବଳ ସେବାକାର୍ଯ୍ୟ ପାଇଁ ପ୍ରଯୁଜ୍ୟ : ସମାଜସେବୀ ଦମ୍ପତି ହେମନ୍ତ ଦାସ ଓ କାମିନୀ ବେହେରା ।

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ସାମାଜିକ ସଂଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ୍ ଟ୍ରଷ୍ଟ , କନ୍ଦରପୁର ଓ ୪୨ ମୌଜା ଶାଖା ସଂଯୋଜକ ରକ୍ତଦାତା ହେମନ୍ତ ଦାସ ଏବଂ ଧର୍ମପ୍ରାଣା କାମିନୀ ବେହେରା ସମାଜସେବୀ ଦମ୍ପତି ତାଙ୍କ ପ୍ରଥମ ବିବାହ ବାର୍ଷିକୀରେ ରକ୍ତଦାନ କରି ନିଆରା ଢଙ୍ଗରେ ବିବାହ ବାର୍ଷିକୀ ପାଳନ କରିଛନ୍ତି । ଏହି ଶିବିରରେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ସଂଯୋଜକ ଇଂ.ବିମଳ ଚନ୍ଦ୍ର,ଇଂ. ଅଭିଳାଷ ଦାସ, ନାଟ୍ୟକାର ଅଶୋକ ପଟ୍ଟନାୟକ, ନାରାୟଣ ଚନ୍ଦ୍ର ମହାନ୍ତି, ପ୍ଲମ୍ୱିଂ ମୁଖ୍ୟ ଅଶୋକ ସେଠୀ, ଉଦୟ ରଞ୍ଜନ ଦାସ, ଇଂ.ସେବକ ଶ୍ରୀକାନ୍ତ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ସମାଜସେବା ସହ ବାଳାଶ୍ରମ ଓ ଜରାଶ୍ରମ ସେବା, ପରିବେଶ ସୁରକ୍ଷା, କରୋନା ମହାମାରୀରେ ମାସ୍କ ଏବଂ ସାନିଟାଇଜର ବଣ୍ଟନ ଓ ପୂଜ୍ୟପୂଜା ଆଦି ବିଭିନ୍ନ ଦିଗରେ ଉଲ୍ଲେଖନୀୟ କୃତିତ୍ୱ ନେଇ ହେମନ୍ତ ସରସ୍ଵତୀ କଳା ପରିଷଦ, ପ୍ରବାସୀ ଓଡ଼ିଆ ଅଭିଯାନ ମୁମ୍ବାଇ, ଉତ୍କଳ ବିକାଶ ପରିଷଦ କଟକ ସଦର, ଉତ୍କଳ ୟୁଥ୍ ବାଙ୍ଗାଲୋର ଆଦି ବହୁ ସଂଗଠନ ଦ୍ଵାରା ସମ୍ବର୍ଦ୍ଧିତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *