ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲା ର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥିତ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ କରାଯାଉଥିବା କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମର ପ୍ରତି ୨୫ ଦିନରେ ସମୀକ୍ଷା ବୈଠକ କରାଯାଉଥିବା ବେଳେ, ଏହି କାର୍ଯ୍ୟକ୍ରମର ୭୦୦ ତମ ଦିବସର ୨୮ତମ ସମୀକ୍ଷା ବୈଠକ ସ୍ଥାନୀୟ ମଙ୍ଗଳପୁରସ୍ଥିତ ଡ଼ଲଫିନ ଡ଼୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ପରିସରରେ ଫାଉଣ୍ଡେସନର ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ସଂଯୋଜକ ମାଷ୍ଟର ମିହିର କୁମାର ସମୀକ୍ଷା ବୈଠକକୁ ପରିଚାଳନା କରିଥିଲେ ।ଏଥିରେ ସମୀକ୍ଷକ ଭାବରେ ଶ୍ରୀମତୀ ତିଳୋତ୍ତମା ଦାଶ, ଶ୍ରୀମତୀ ବୀଣାପାଣି ଦାସ, ସୁଶ୍ରୀ ବର୍ଷା ରାଣୀ ମାଝୀ, ନିଳିମା ମଲ୍ଲିକ, ସମାଜସେବୀ ଲକ୍ଷ୍ମୀଧର ସାହୁ ଆଦି ଯୋଗଦାନ କରିଥିଲେ । ସେହିପରି ସମୀକ୍ଷା ବୈଠକର ଦ୍ଵିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ ଅନ୍ତର୍ଗତ ନୂଆ ମିର୍ଜାପୁର ବାଙ୍କସାହି ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସମୀକ୍ଷକ ଭାବରେ ବାବୁଲି ପଣ୍ଡା, ବ୍ରଜ କିଶୋର ସାହୁ, ହେମନ୍ତ ସାହୁ, ପ୍ରାଣକୃଷ୍ଣ ସାହୁ, ଅଭିମନ୍ୟୁ ସାହୁ, ଦାମୋଦର ସାହୁ, ଶିବ ପ୍ରଧାନ ରଣା, ଚନ୍ଦ୍ର ସାହୁ, ପ୍ରଫୁଲ୍ଲ ସାହୁ, ବସନ୍ତ ସାହୁ, ଶରତ ସାହୁ, ଆନନ୍ଦ ପ୍ରଧାନ, ବିଜୟ ସାହୁ, ଦଶରଥ ସାହୁ, ଉତ୍ସବାନନ୍ଦ ସାହୁ, ଚନ୍ଦନ ସାହୁ, କୃତିବାସ ସାହୁ ଆଦି ଯୋଗଦାନ କରି ଫାଉଣ୍ଡେସନର ଏ ଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହାକୁ ଆଗକୁ ଜାରି ରଖିବା ପାଇଁ ମତବ୍ୟକ୍ତ କରିଥିଲେ ।
ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମର ୨୮ ତମ ସମୀକ୍ଷା ବୈଠକ !!!

