କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କନ୍ଦରପୁରରେ ମହକିଲେ ଶିଶୁ ନୃତ୍ୟଶିଳ୍ପୀ ପ୍ରିୟାଂଶୀ ପ୍ରିୟଦର୍ଶିନୀ , ନିଜର ସ୍ୱତନ୍ତ୍ର ପ୍ରତିଭା ପାଇଁ ପାଇଲେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ – ୨୦୨୨ ପୁରସ୍କାର । ଏସଟି ଜାଭିଅର ହାଇସ୍କୁଲ୍ କଲେଜ ଛକର ୫ମ ଶ୍ରେଣୀର ଛାତ୍ରୀ ପ୍ରିୟାଂଶୀ ପ୍ରିୟଦର୍ଶିନୀ (୧୧) ଖୁବ୍ କମ୍ ସମୟ ବ୍ୟବଧାନ ରେ ମାତ୍ର ୨୨ ସେକେଣ୍ଡରେ ୫୧ଟି ଓଡ଼ିଶୀ ମୁଦ୍ରା ପ୍ରଦର୍ଶନ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ – ୨୦୨୨ ପାଇଛନ୍ତି । ତାଙ୍କର ଏହି ସଫଳତାରେ ପିତା ମନୋରଞ୍ଜନ ସ୍ୱାଇଁ , ମାତା ପିଏସ ପ୍ରିୟଦର୍ଶିନୀ , ଅଜା ସମାଜସେବୀ ପ୍ରଶାନ୍ତ ମହାପାତ୍ର , ଆଇ ସ୍ୱାସ୍ଥ୍ୟ ପରିଦର୍ଶକା ବିଶିଷ୍ଟ ସଂଗଠିକା ସନ୍ଧ୍ୟାରାଣୀ ଦାଶ ଖୁସି ବ୍ୟକ୍ତ କରିଛନ୍ତି . ଓଡ଼ିଶୀ ନୃତ୍ୟ ସହ ଗୀତ ଗାଇବା , ଚିତ୍ର ଆଙ୍କିବା ,ବକ୍ତୃତା ଆଦି ବହୁ ପ୍ରତିଭାର ଅଧିକାରୀ ହେବା ସହ ବିଭିନ୍ନ କ୍ଷେତ୍ରରେ ଖୁବ୍ ସଫଳତା ହାସଲ କରିଛନ୍ତି । ସୂଚନାଯୋଗ୍ୟ ଶିଶୁ ପ୍ରତିଭା ପ୍ରିୟାଂଶୀ ଉଲ୍ଲେଖନୀୟ କୃତିତ୍ୱ ନେଇ ବହୁ ସଂଗଠନ ସରସ୍ଵତୀ କଳା ପରିଷଦ କନ୍ଦରପୁର, ଉତ୍କଳ ବିକାଶ ପରିଷଦ କଟକ ସଦର, ମୁହାଁଣ ସାହିତ୍ୟ ସଂସଦ ମୁମ୍ବାଇ, ନେତାଜୀ ପରିଷଦ ୪୨ ମୌଜା ଦ୍ଵାରା ପୁରସ୍କୃତ ହୋଇ ଅଂଚଳ ପାଇଁ ଗୋୖରବ ଆଣିଛନ୍ତି ।
କନ୍ଦରପୁର ରେ ମହକିଲେ ଶିଶୁ ନୃତ୍ୟଶିଳ୍ପୀ ପ୍ରିୟାଂଶୀ ପ୍ରିୟଦର୍ଶିନୀ : ପାଇଲେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ – ୨୦୨୨ !!!

