ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବିଶିଷ୍ଟ କବି ହର ପ୍ରସାଦ ପରିଚ୍ଛା ପଟ୍ଟନାୟକ ଏବଂ ଦେବୀ ପ୍ରସନ୍ନ ପଟ୍ଟନାୟକ ଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି . ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈସିଣି ସମାଜ ଆନୁକୂଲ୍ୟରେ ସଭାପତି ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଯୁଗ୍ମ ସମ୍ପାଦକ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା, ଡକ୍ଟର ବୃଷକେତୁ ଦାଶ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ର ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ମଞ୍ଚାସୀନ ଥିଲେ । ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ଡକ୍ଟର ବୃଷକେତୁ ଦାସ ଉକ୍ତ ଦୁଇ ଜସସ୍ୱୀଙ୍କ ଉପରେ ପ୍ରାଞ୍ଜଳ ଭାବରେ ଆଲୋଚନା କରିଥିଲେ ଉଭୟେ ଥିଲେ ବିଶିଷ୍ଟ, ବରେଣ୍ୟ, ଜସସ୍ୱୀ, କବି ଏବଂ ଓଡ଼ିଶା ଓଡ଼ିଆ ସାରସ୍ୱତ ଜଗତର ଅମ୍ଳାନ ପ୍ରତିଭାର୍ଥୀ କାଳଜୟୀ ମହାପୁରୁଷ ଦକ୍ଷିଣାଞ୍ଚଳ ରେ ଜନ୍ମିଥିଲେ । ଏ ପାର୍ଥିବ ଜଗତରୁ ବିଦାୟ ନେଇ ଯିବା ସମସ୍ତ ଙ୍କୁ ଚକିତ କରିଛି । ଏହି କାର୍ଯ୍ୟକ୍ରମ ରେ ଡକ୍ଟର କଲ୍ୟାଣି ମିଶ୍ର, ଭାଗବତ ପାଢ଼ୀ, ମୁରଲୀଧର ପରିଚ୍ଛା, ଲିଙ୍ଗରାଜ ଦାଶ, ରବିଚନ୍ଦ୍ର ପାଢ଼ୀ, ମିନା ଟହଲ, ଶରତ କୁମାର ସାହୁ, ମଲ୍ଲିକାଅର୍ଜୁନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ ।
ବିଶିଷ୍ଟ କବି ହର ପ୍ରସାଦ ପରିଚ୍ଛା ପଟ୍ଟନାୟକ ଏବଂ ଦେବୀ ପ୍ରସନ୍ନ ପଟ୍ଟନାୟକ ଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି !!!

