ମାଲ ଲଗେଇବା ପରେ ବି , ରାଣ ନିୟମ ଶେଷ ଭରସା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନିର୍ବାଚନ ପାଇଁ ମଇଦାନ ପ୍ରସ୍ତୁତ କିନ୍ତୁ ଭୋଟର ଙ୍କ ଉପରେ ଭରସା ପାଉନି ପ୍ରାର୍ଥୀ ମାନଙ୍କର । ମାଲ ଲଗେଇବା ପରେ ବି , ରାଣ ନିୟମ ଶେଷ ଭରସା . ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ଭାପୁର ବ୍ଲକ ରାଜନୀତି ଦିନ କୁ ଦିନ ସରଗରମ ହେବାରେ ଲାଗିଛି । ବିଜେଡି ର ଦୁଇ ଅନ୍ତରଙ୍ଗ ବନ୍ଧୁ ବର୍ତ୍ତମାନ ପାଲଟିଛନ୍ତି ପରସ୍ପର ବିରୋଧୀ । ଏହି ସମୟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭୋଟର ମାନଙ୍କ ଉପରେ ଭରସା ପାଉ ନଥିବାରୁ ସେମାନଙ୍କୁ ନିୟମ କରାଯାଉଛି । ଏପରି ଏକ ଭିଡିଓ ଭାଇରାଲ ହେଉଛି ଭାପୁର ବ୍ଲକ ଧାନଚାଙ୍ଗଡ଼ା ପଞ୍ଚାୟତ କଳାଟାଙ୍ଗି ଗ୍ରାମ ତଳସାହି ର । ଏକ ନିର୍ଦିଷ୍ଟ ଦଳର ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀ ଙ୍କୁ ଭୋଟ ଦେବା ପାଇଁ ଲୋକ ମାନଙ୍କୁ ନିୟମ କରାଯାଇ ଟଙ୍କା ବଣ୍ଟା ଯାଉଛି । ଗ୍ରାମର ଜଣେ ଯୁବକ ଲୋକ ମାନଙ୍କୁ ଭୟଭୀତ କରାଇ ଟଙ୍କା ଦେଇ ସୂର୍ଯ୍ୟ ଚିହ୍ନ ଏବଂ ଟୁଲ ଚିହ୍ନରେ ଭୋଟ ଦେବା ପାଇଁ ନିୟମ କରାଉଛି । ଆମେ ଟଙ୍କା ନେଉଛୁ ଆମ ପରିବାର ସମସ୍ତ ଭୋଟ ସୂର୍ଯ୍ୟ ଏବଂ ଟୁଲ ଚିହ୍ନ ରେ ଭୋଟ ଦେବୁ ନହେଲେ ବଂଶ ବୁଡ଼ିବାର ନିୟମ କରାଉଛି । ଲୋକ ମାନଙ୍କର ଇଚ୍ଛା ନଥିଲେ ମଧ୍ୟ ଟଙ୍କା ନେଇ ନିୟମ କରିବାକୁ ଧମକ ଦିଆଯାଉଛି , ନଚେତ ଜୀବନରେ ମାରି ଦେବାକୁ ଧମକ ଦିଆ ଯାଉଥିବା ଶୁଣିବାକୁ ମିଳିଛି ।

 

Leave a Reply

Your email address will not be published. Required fields are marked *