ଖଜୁରୀପଦା ନୂଆଗାଁ ରେ ପୁଲିସ ର ଫ୍ଲାଗ ମାର୍ଚ୍ଚ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଆସନ୍ତାକାଲି ଶେଷ ପର୍ଯ୍ୟାୟ ନିର୍ବାଚନ . ବାଙ୍କୀ ନିର୍ବାଚନ ମଣ୍ଡଳୀର ଦୁଇଟି ଜୋନ ରେ ହେବ ମତଦାନ . ଶାନ୍ତି ଶୃଙ୍ଖଳାର ସହିତ ଭୋଟ ଗ୍ରହଣ ପାଇଁ ପୁଲିସ ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି . ପରିସ୍ଥିତିକୁ ଦୃଷ୍ଟିରେ ରଖି ବୈଦେଶ୍ଵର ଥାନା ନୂଆଗାଁ ପଞ୍ଚାୟତରେ ପୁଲିସ ର ଫ୍ଲାଗ ମାର୍ଚ୍ଚ . ସୂଚନା ଯୋଗ୍ୟ ଯେ , ନୂଆଗାଁ ପଞ୍ଚାୟତରେ ସର୍ବ ସମ୍ମତି କ୍ରମେ ସରପଞ୍ଚ . ସମିତି ସଭ୍ୟ ଏବଂ ବାରଜଣ ଯାକ ୱାର୍ଡ ସଭ୍ୟ ନିର୍ଦ୍ୱନ୍ଦରେ ମନୋନୀତ ହୋଇ ସାରିଛନ୍ତି . ପଞ୍ଚାୟତ ବାସୀ କେବଳ ଜିଲ୍ଲା ପରିଷଦ ସଭ୍ୟ ପାଇଁ ମତଦାନ କରିବେ . ଜାତୀୟ କଂଗ୍ରେସ ପ୍ରାର୍ଥୀ ଗୀତାଞ୍ଜଳୀ ସ୍ୱାଇଁ , ନୂଆଗାଁ ପଞ୍ଚାୟତ ର ବାସିନ୍ଦା ହୋଇଥିବା ସମୟରେ ସମଗ୍ର ଜୋନ ରେ ତାଙ୍କ ପ୍ରତି ବଢ଼ିବାରେ ଲାଗିଛି ଜନ ସମର୍ଥନ . ତେବେ ଶେଷ ପର୍ଯ୍ୟାୟ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାରେ ସମାପ୍ତ କରିବା ପାଇଁ ପ୍ରଶାସନ ପୁରା ସଜାଗ ଥିବା ଦେଖାଯାଇଛି .

Leave a Reply

Your email address will not be published. Required fields are marked *