ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳିକା ବିଦ୍ୟାଳୟ ଠାରେ ଗଜପତି ଜିଲ୍ଲା ସ୍ତରୀୟ ବିଜ୍ଞାନ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି . ଏହି କୁଇଜ ପ୍ରତିଯୋଗିତାକୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନୋଜ ରଞ୍ଜନ ଦଳାଇ ଉଦଘାଟନ କରିଥିବା ବେଳେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟନାୟକ ଶିକ୍ଷକ ଶିକ୍ଷା ନିର୍ଦେଶାଳୟ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଓଡିଶା, ଭୁବନେଶ୍ୱର ଆନୁକୂଲ୍ୟରେ ଆୟୋଜିତ ପ୍ରତିଯୋଗିତାର ଉଦ୍ଦେଶ୍ୟ ଜ୍ଞାପନ କରି ବିଜ୍ଞାନ ଶିକ୍ଷା ପ୍ରତି ଛାତ୍ର / ଛାତ୍ରୀ ମାନଙ୍କୁ ଆକୃଷ୍ଟ କରିବାର ଏହା ଏକ ପ୍ରୟାସ ବୋଲି କହିଥିଲେ l ଏହି ପ୍ରତିଯୋଗିତା ରେ ଜିଲ୍ଲା ର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ର ଜୁନିଅର ଓ ସିନିୟର ବିଭାଗ ରୁ ମୋଟ 40 ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ l ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ . ସିନିଅର ବିଭାଗ ରୁ ବିଏମ ଉଚ୍ଚ ବିଦ୍ୟାଳୟ ଖରଡ଼ା ର ମାନୀକାନଟା ଦଳାଇ (ଦଶମ ଶ୍ରେଣୀ ) ଓ ଜୁନିୟର ବିଭାଗ ରୁ ମହାରାଜାଙ୍କ ବାଳିକା ବିଦ୍ୟାଳୟ, ପାରଳାଖେମୁଣ୍ଡି ର ସୁମନ ପାଣିଗ୍ରାହୀ (ଅଷ୍ଟମ ଶ୍ରେଣୀ ) ପ୍ରଥମ ସ୍ଥାନ ରଖି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବା ନିମନ୍ତେ ମନୋନୀତ ହାଇଛନ୍ତି l ଉକ୍ତ କାର୍ଯ୍ୟକ୍ରମ କୁ ବିଜ୍ଞାନ ଶିକ୍ଷକ ଆମ୍ପୋଲୁ ରବି କୁମାର, ସୁଜାତା ଦୋରା, ପି. କ୍ରିଷ୍ଣା ରାଓ, ଶିବ କଲ୍ୟାଣୀ ଆଚାର୍ଯ୍ୟ ପ୍ରମୁଖ ପରିଚାଳନା କରିଥିଲେ l
ଗଜପତି ଜିଲ୍ଲା ସ୍ତରୀୟ ବିଜ୍ଞାନ କୁଇଜ ପ୍ରତିଯୋଗିତା !!!

