ଏକତରଫା ବିଜୟ ଆଡକୁ ବାଙ୍କୀ ସଦର ଜୋନ ବିଜେଡି ପ୍ରାର୍ଥୀ ମିନତୀ ମହାପାତ୍ର !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଚାଲିଛି ପଞ୍ଚାୟତ ଭୋଟ ଗଣତି . ରାଜ୍ୟର ମୋଟ ୮୫୧ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ପ୍ରଥମ ଦିନରେ ୩୧୫ ଆସନ ପାଇଁ ଗଣତି ଚାଲିଛି . ଅପରାହ୍ନ ଚାରିଟା ସୁଦ୍ଧା ପ୍ରଥମ ଚାରି ରାଉଣ୍ଡ ଭୋଟ ଗଣା ସାରିଥିବା ସମୟରେ ଶାସକ ଦଳ ଏକତରଫା ଭାବରେ ଟ୍ରେଣ୍ଡ କରୁଛି . କଟକ ଜିଲ୍ଲା ବାଙ୍କୀ ସଦର ୩୭ ନମ୍ବର ଜୋନ ରେ ଏକ ସହଜ ବିଜୟ ଆଡକୁ ଆଗେଇ ଚାଲିଛନ୍ତି ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ମିନତୀ ମହାପାତ୍ର . ପଞ୍ଚମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ମୋଟ ୬୧୧୪ ଖଣ୍ଡ ଭୋଟ ପାଇଥିବା ସମୟରେ , କଂଗ୍ରେସ ପ୍ରାର୍ଥୀ ୨୪୨୩ ଖଣ୍ଡ ଏବଂ ବିଜେପି ପ୍ରାର୍ଥୀ ୨୧୮୭ ଖଣ୍ଡ ଭୋଟ ପାଇଛନ୍ତି .

Leave a Reply

Your email address will not be published. Required fields are marked *