ସ୍ଲୋଗାନ ରେ ସ୍ୱଛତା ନାରା : ମହୋତ୍ସବ ମଞ୍ଚରେ ପ୍ଲାଷ୍ଟିକ ପାତ୍ରରେ ଖାଦ୍ୟପେୟ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଧୂମଧାମ ରେ ଚାଲିଛି ବାଙ୍କୀ ମହୋତ୍ସବ ! ବାଙ୍କୀ ଅଞ୍ଚଳର ପ୍ରସିଦ୍ଧ ଗଣପର୍ବ କୁମାର ପୂର୍ଣ୍ଣିମା ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଚଳିତ ବର୍ଷ ୨୩ ବର୍ଷରେ ପାଦ ଥାପିଛି ! ତେବେ ପ୍ରତିବର୍ଷ ମହୋତ୍ସବ ମଞ୍ଚରେ ଯୋଡି ହୋଇଛି ଗୋଟିଏ ପରେ ଗୋଟିଏ ନୂଆ ସ୍ଲୋଗାନ ! ବାଙ୍କୀ ମହୋତ୍ସବର ପ୍ରତିଷ୍ଠାତା ସଭାପତି ପ୍ରଥମେ ସ୍ଲୋଗାନ ଦେଇଥିଲେ ସବୁଜ ବାଙ୍କୀ – ସମୃଦ୍ଧ ବାଙ୍କୀ ! 2019 ରେ ଏବେର ବିଧାୟକ ସେଥିରେ ଯୋଡ଼ିଲେ ସ୍ୱଚ୍ଛ ବାଙ୍କୀ , ଆଉ ଏବର୍ଷ ଯୋଡି ହୋଇଛି ସୁସ୍ଥ ବାଙ୍କୀ ! ଆପଣମାନେ ଏହାରି ଉପରେ ଟିକେ ନଜର ପକାନ୍ତୁ । ପୂର୍ବରୁ ଥିଲା ସବୁଜ ବାଙ୍କୀ- ସମୃଦ୍ଧ ବାଙ୍କୀ ହେଲେ ଏବେ ଏବେ ଯୋଡି ହୋଇଛି ଆଉ ଦୁଇଟି ନାରା ସ୍ବଚ୍ଛ ବାଙ୍କୀ – ସୁସ୍ଥ ବାଙ୍କୀ । ବାଙ୍କୀ କେତେ ସ୍ବଚ୍ଛ ସେକଥା ବାଙ୍କୀବାସୀ ନିଜେ ଅନୁଭବ କରୁଥିବେ ! ବାଙ୍କୀର ଯୁବ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ମହୋତ୍ସବ ସରିବା ପରେ ପ୍ରତେକ ଦିନ ସକାଳ ସମୟରେ ମହୋତ୍ସବ ପଡିଆ ସଫେଇ କାର୍ଯ୍ୟକ୍ରମ କରୁଥିବା ବେଳେ ନାରା ମଧ୍ୟ ଦେଉଛନ୍ତି ସ୍ବଚ୍ଛ ବାଙ୍କୀ – ସୁସ୍ଥ ବାଙ୍କୀ । ହେଲେ ମହୋତ୍ସବ ମଞ୍ଚରେ ମଞ୍ଚସ୍ଥ ଅତିଥି ମାନେ ପ୍ଲାଷ୍ଟିକ ପାତ୍ରରେ ଖାଦ୍ୟପେୟ ଗ୍ରହଣ କରିବା ଘଟଣା କୁ ଆଲୋଚନା କରିଛନ୍ତି ସଚେତନ ଲୋକେ । ଦେଖାଯାଉ ଆଉ ଦୁଇ ଦିନ ମଞ୍ଚ ଉପରକୁ ପ୍ଲାଷ୍ଟିକ ପାତ୍ର ଯାଉଛି ନା ଖଲି ଠୋଲା !

ଅନ୍ୟ ପକ୍ଷରେ ଉଦଘାଟନୀ ଦିବସର ଆଉ ଏକ ଘଟଣାକୁ ନେଇ ଜୋର ଧରିଥିଲା ଆଲୋଚନା ! ଯେଉଁ ଉଦ୍ଦେଶ୍ୟରେ “ମହୋତ୍ସବ” ଶବ୍ଦକୁ ବ୍ୟବହାର କରି ଏକ ସାଂସ୍କୃତିକ ଜାଗରଣର ଭିତି ପ୍ରସ୍ଥର ବାଙ୍କୀରେ ସ୍ଥାପନ କରାଯାଇଥିଲା ତାହା ଆଜି ବାଙ୍କୀ ମହୋତ୍ସବ ରାଜନୈତିକ ମହୋତ୍ସବ ବୋଲି ନିଃସନ୍ଦେହରେ କୁହାଯାଇପାରେ । କାରଣ ଏଠି ମହୋତ୍ସବରେ ଦେଖିବାକୁ ମିଳିଛି ସାମ୍ବାଦିକ ମାନଙ୍କ ପାଇଁ ପ୍ରେସ୍ ଗ୍ଯାଲେରୀ କରାଯାଇନଥିବା ବେଳେ ଚଳିତ ବର୍ଷ ସାମ୍ବାଦିକ ମାନେ ବସିଥିବା କିଛିଟା ଚେୟାର ବ୍ଯବସ୍ଥା କରାଯାଇଥିଲା ବେଳେ ସାମ୍ବାଦିକ ମାନେ ବସିଥିବା ଚେୟାରକୁ ଭିଡି ନେଇ ବିଜୁ ଜନତା ଦଳ ର କିଛି ନେତାଙ୍କ ସମ୍ପର୍କୀୟ ଙ୍କୁ ବସା ଯାଉଥିଲା । ଏହାରି ଭିତରେ ଦେଖିବାକୁ ପାଇଥିଲୁ କି ମହୋତ୍ସବ ଆରମ୍ଭ ହେବା ପୂର୍ବରୁ ପ୍ରଥମ ଦିନରେ ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା ଚର୍ଚ୍ଚିକା ଙ୍କ ପିଠରୁ ଏକ ଜ୍ଯୋତି ଯାତ୍ରା ବାହାରି ମହୋତ୍ସବ ପଡିଆ ଅଭିମୁଖେ ଯାତ୍ରା ଆରମ୍ଭ ହୋଇଥିଲା ! ଶୋଭାଯାତ୍ରାରେ ମା ‘ଙ୍କ ସେବାୟତ, ସ୍ଥାନୀୟ ନେତା ଓ ବୁଦ୍ଧିଜୀବୀ ମାନେ ଚାଲି କରି ଆଶୁଥିବା ବେଳେ ମହୋତ୍ସବର ପ୍ରଥମ ଦିନରେ ବାଙ୍କୀ ର ଅଧିଷ୍ଠାତ୍ରୀ ଦେବୀ ମା ଚର୍ଚ୍ଚିକା ଙ୍କୁ ଅବମାନନା କରି ବାଙ୍କୀ ମହୋତ୍ସବ କମିଟିର ପ୍ରତିଷ୍ଠାତା ସଭାପତି ତଥା ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ଯୁବ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, କଟକ ସାଂସଦ ଭର୍ତ୍ତୃହରି ମହତାବ, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଗାଡି ଉପରେ ଆସିଥିଲେ । ଏହା କଣ ମା ଚର୍ଚ୍ଚିକା ଙ୍କ ଜ୍ୟୋତିଯାତ୍ରା ପ୍ରତି ସମ୍ମାନ।

 

 

Leave a Reply

Your email address will not be published. Required fields are marked *