ବାଣପୁର ବ୍ଲକ ୧୪ ନଂ ଜୋନ ରେ ଜିଲ୍ଲା ପରିଷଦ ଭାବରେ ବିଜେପିର ରୋଜିତା ପ୍ରଧାନ ବିଜୟୀ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ଜାରି ରହିଥିବା ବେଳେ ବିଜେଡ଼ିର ବିପୁଳ ବିଜୟ ଦେଖିବାକୁ ମିଳିଛି । କିନ୍ତୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ୧୪ ନଂ ଜିଲ୍ଲା ପରିଷଦ ଆସନରେ ବିଜେପି ବାଜିମାତ କରିଛି । ସେଠାରେ ବିଜେଡି ପ୍ରାର୍ଥୀ ଲିଲିବାଳା ଭୋଳଙ୍କୁ ବିଜେପି ପ୍ରାର୍ଥୀ ରୋଜିତା ପ୍ରଧାନ ପରାଜିତ କରିଛନ୍ତି । ରୋଜିତା ୧୬୮୪ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି । ତେବେ ବାଣପୁର ବ୍ଲକର ୧୩ ନଂ ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀ ଟିକି ଶବର ବିଜୟ ଲାଭ କରିଥିବା ବେଳେ ଚିଲିକା ବ୍ଲକର ୨ ଜଣ ବିଜେଡ଼ି ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି । ବର୍ତ୍ତମାନ ଚିଲିକା ନିର୍ବାଚନ ମଣ୍ଡଳୀରେ ଘୋଷଣା ହୋଇଥିବା ୪ ଟି ଆସନ ମଧ୍ୟରୁ ୨ଟି ଆସନରେ ବିଜେଡ଼ି ଜିତିଥିବା ବେଳେ ୨ ଟି ଆସନରେ ବିଜେପି ଜିତି ପାରିଛି । ଆଜି ଆଉ ୨ ଟି ଆସନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଯାଇଛି । ବାଣପୁର ବ୍ଲକ ୧୪ ନଂ ଜିଲ୍ଲା ପରିଷଦ ଆସନରେ ପ୍ରାର୍ଥୀ ମାନଙ୍କୁ ମିଳିଥିବା ଭୋଟ ସଂଖ୍ୟା , ରୋଜିତା ପ୍ରଧାନ ବିଜେପି – ୧୨୮୫୩ , ଲିଲିବାଳା ଭୋଳ – ବିଜେଡ଼ି- ୧୧୧୬୯ , ରଶ୍ମିତା ମହାପାତ୍ର – କଂଗ୍ରେସ- ୧୧୭୬ ।

Leave a Reply

Your email address will not be published. Required fields are marked *