ଶିକ୍ଷାନୁଷ୍ଠାନ ରୁ ଚୋରି : ଥାନାରେ ଏତଲା !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ସ୍କୁଲ ରୁ ବାରମ୍ବାର ଚୋରି , ପନ୍ଦର ଦିନ ରେ ଦୁଇ ଥର ଚୋରି । ଶିକ୍ଷାନୁଷ୍ଠାନ ରୁ ଲଗାତାର ଚୋରି ହେବା ନେଇ ଥାନାରେ ଏତଲା . କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଛୋଟୀ ପଞ୍ଚାୟତ ର ରାମଚଣ୍ଡୀ ନୋଡାଲ ସ୍କୁଲରୁ ବାରମ୍ବାର ଚୋରି ହେଉଥିବା ନିକିରାଇ ଥାନାରେ ଅଭିଯୋଗ କରିଛନ୍ତି ପ୍ରଧାନ ଶିକ୍ଷକ l ହେଲେ ଥାନା ଅଧିକାରୀଙ୍କ କାର୍ଯ୍ୟାନୁଷ୍ଠାନ ତଦନ୍ତ ରେ ସୀମିତ ରହିବାରୁ ଚୋର ମାନଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି l ଚୋର ମାନଙ୍କୁ ଯଥା ଶୀଘ୍ର ଧରି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍କୁଲ ର ଚେୟାରମ୍ୟାନ ଭାଗବତ ମହାଳି l ଅନ୍ୟପକ୍ଷରେ ସ୍କୁଲରେ ଚୋରି ହୋଇଥିବା ଘଟଣାରେ ଦୁର୍ବୃତ୍ତ ମାନଙ୍କ ପ୍ରତି ଯଦି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନର ରୂପ ନେବ ବୋଲି ଚେତାବନୀ ଦେଇଛନ୍ତି ସ୍କୁଲର ଛାତ୍ରଛାତ୍ରୀ ।

Leave a Reply

Your email address will not be published. Required fields are marked *