କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : ପେଷାରେ ଜଣେ ଡାକ୍ତର , କିନ୍ତୁ ନିଶା ହେଉଛି ସମାଜସେବା । ଡାକ୍ତରୀ ପେଷାରେ ରହି ଡ଼. ଦେବାନନ୍ଦ ମହାପାତ୍ର ଓ ତାଙ୍କ ପରିବାର ବଂଶାନୁକ୍ରମେ ସମାଜସେବାରେ ନିଜକୁ ନିୟୋଜିତ କରିଛନ୍ତି । ଦୀର୍ଘ ଦିନରୁ କଟକ ସହରର ମୌଳିକ ସମସ୍ୟା ମଶା, ନାଳ ସଫେଇ, ବସ୍ତି ବସିନ୍ଦାଙ୍କୁ ମୌଳିକ ଅଧିକାର ନ ମିଳିବା, ରାସ୍ତାଘାଟ ଓ ସ୍ୱାସ୍ଥ୍ୟ ସେବା ଠିକ ରୂପେ ପରିଚାଳିତ ନହେବା ଫଳରେ, ବାଧ୍ୟ ହୋଇ ଡ଼. ଦେବାନନ୍ଦ ରାଜନୀତିରେ ପାଦ ଦେଇଛନ୍ତି ବୋଲି ଏକ ପ୍ରେସ ମିଟ କରି ସୂଚନା ଦେଇଛନ୍ତି । ଜଣେ ଡାକ୍ତର ଭାବେ କଟକ ବାସୀଙ୍କ ପାଇଁ ଉତ୍ତମ ତଥା ଆଧୁନିକ ସ୍ୱାସ୍ଥ୍ୟ ସେବା ସହିତ କଟକର ମୌଳିକ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । କଟକ ସହରର ଜନସେବା ଓ ସମାଜସେବା ପାଇଁ ତାଙ୍କ ପରିବାର ଦୀର୍ଘ ଦିନରୁ ପ୍ରୟାସ ଜାରି ରଖିଛନ୍ତି । କଟକ ସହରର ଉନ୍ନତି ପାଇଁ ସେ ନିର୍ବାଚନ ଲଢ଼ୁଛନ୍ତି ବୋଲି ଡ଼. ଦେବାନନ୍ଦ ମହାପାତ୍ର କହିଛନ୍ତି ।

ବିଭିନ୍ନ ରାଜନୈତିକ ଦଳ ପ୍ରଚାର ମୈଦାନକୁ ନିଜର ଷ୍ଟାର ପ୍ରଚାରକ ମାନଙ୍କୁ ନିର୍ବାଚନ ରଣଭୂମି ଓହ୍ଲାଉଥିବା ବେଳେ, ଡ଼. ଦେବାନନ୍ଦଙ୍କ ଲୋକପ୍ରିୟତା ଓ କଟକିଆ ଭାବେ ସମସ୍ତଙ୍କ ସହିତ ଥିବା ସୁସମ୍ପର୍କ ପାଇଁ ବିପୁଳ ଭୋଟ ବ୍ୟବଧାନରେ ଜୟଯୁକ୍ତ ହେବେ ବୋଲି ଆଶା ରଖିଛନ୍ତି ଡ଼.ଦେବାନନ୍ଦ । ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ, ଡ଼. ମହାପାତ୍ର ବସ୍ତି ବସ୍ତି ବୁଲି ଭୋଟରଙ୍କୁ ଭୋଟ ଭିକ୍ଷା କରିଛନ୍ତି । ତେବେ ଆଗାମୀ ଦିନରେ ଜନତା ଜନାର୍ଦନ କାହାକୁ ନିଜର ଜନ ପ୍ରତିନିଧି କରୁଛନ୍ତି ଓ ମେୟର ପ୍ରାର୍ଥୀ ଭାବେ ଚୟନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

