କଳାପଥର ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : କଳାପଥରରେ ମହାସମାରୋହରେ ପାଳିତ ହୋଇ ଯାଇଛି ପବିତ୍ର ଦୋଳ ଉତ୍ସବ । ପଶ୍ଚିମ ବାଙ୍କୀ ଅଞ୍ଚଳର କଳାପଥର ଗ୍ରାମ ଏକ ଐତିହ୍ୟ ସଂସ୍କୃତି ସଂପର୍ଣ୍ଣ ଗ୍ରାମ ଅଟେ । ମୁଖ୍ୟତଃ କଟକ , ନୟାଗଡ ଏବଂ ଖୋର୍ଦ୍ଧା ପରି ତିନି ଜିଲ୍ଲା ର ବ୍ୟବସାୟକୁ କଳାପଥର ର ପ୍ରତିଦିନିଆ ବ୍ୟବସାୟ ନିୟନ୍ତ୍ରଣ କରିଥାଏ । ଓଡିଶାର ବହୁ ପ୍ରାଚୀନ ପରମ୍ପରା ରାସକୁ ବଞ୍ଚାଇ ରଖିଛି କଳାପଥର ଗ୍ରାମର ଛୋଟ ବଡ କଳାକାର ବୃନ୍ଦଙ୍କ ନିରନ୍ତର ପ୍ରୟାସ ।

ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରରେ ଦୁଇ ଦିନ ଧରି ରାସ ନୃତ୍ୟ ସହିତ ହୋଲି ସଂଧ୍ୟାରେ ଚନ୍ଦ୍ରଶେଖର ମନ୍ଦିର ପ୍ରାଙ୍ଗଣରେ ଦୋଳ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଗତ ଦୁଇବର୍ଷ ହେବ କୋଭିଡ୍ ପାଇଁ ବନ୍ଦ ରହିଥିଲା ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ । ଚଳିତବର୍ଷ ଗାୟୀକା ଅସିମା ପଣ୍ତା , ଇପ୍ସିତା ପଣ୍ତା , ଜି ସାର୍ଥକର ଭାଈରାଲ ବଏ ଶାନ୍ତନୁ ମହାନ୍ତି ପ୍ରମୂଖ ବହୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ହଜାର ହଜାର ଦର୍ଶକଙ୍କୁ ବାନ୍ଧି ରଖିଥିଲେ ନିଜର ନୃତ୍ୟ ଓ ସଂଗୀତ ପରିବେଷଣ ମାଧ୍ୟମରେ । ଛୋଟ ଛୋଟ ପିଲା ମାନଙ୍କର ହଜି ଯାଉଥିବା ରାସନୃତ୍ୟକୁ ବହୁ ପ୍ରଶଂସା କରାଯାଇଥିଲା । ବୈଦେଶ୍ଵର ଥାନାର କର୍ମଚାରୀ ମାନଙ୍କ ସହିତ କଳାପଥର ଗ୍ରାମର ଯୁବକ ସଂଘର ସଦସ୍ୟ ମାନଙ୍କ ପ୍ରଚେଷ୍ଟା ରେ ଶାନ୍ତି ଶୃଂଖଳାର ସହ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।

