ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଏସପି ଙ୍କ ନିର୍ଦ୍ଦେଶ କ୍ରମେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ତତ୍ୱାବଧାନରେ ଗତକାଲି ସନ୍ଧ୍ୟା ରେ ବାଣପୁର ଓ ବାଲୁଗାଁ ଏନଏସି ଅଞ୍ଚଳରେ ପୋଲିସର ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି । ଆଜି ଉଭୟ ଏନଏସି ରେ ନିର୍ବାଚନ ଥିବାରୁ ପୋଲିସ ପକ୍ଷରୁ ଉଭୟ ଏନଏସି ର ସମସ୍ତ ୱାର୍ଡରେ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଉଭୟ ସ୍ଥାନରେ ହୋଇଥିବା ଫ୍ଲାଗମାର୍ଚ୍ଚରେ ବାଲୁଗାଁ ଏସଡିପିଓ, ବାଣପୁର ବିଡ଼ିଓ ପ୍ରଦ୍ୟୁମ୍ନ ନାୟକ, ଚିଲିକା ଅତିରିକ୍ତ ତହସିଲଦାର ଅପର୍ଣ୍ଣା ଡାଙ୍ଗୁଆ, ବାଲୁଗାଁ ଥାନା ଇନଚାର୍ଜ ଡ଼ିଏସପି ରମାକାନ୍ତ ମାହାଲିକ, ଡ଼ିଏସପି ସୁଜିତ ପଣ୍ଡା, ବାଣପୁର ଆଇଆଇସି ବିଜୟିନୀ ମଲ୍ଲ, ଅତିରିକ୍ତ ଆଇଆଇସି କାହ୍ନୁଚରଣ ସ୍ୱାଇଁ, ଉଭୟ ଥାନା ଏସଆଇ, ଏଏସଆଇ ଏବଂ ବହୁ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ । ତେବେ ପୌର ନିର୍ବାଚନ ସମେତ ଓଡିଶା ପ୍ରସିଦ୍ଧ ଐତିହାସିକ ବାଣପୁର ପଞ୍ଚଦୋଳ ଯାତ୍ରା ଥିବା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ସହିତ ଉଭୟ ଏନଏସି ନିର୍ବାଚନକୁ ନିରପେକ୍ଷ, ଅବାଧ ଏବଂ ଶାନ୍ତିପୂର୍ଣ୍ଣ କରିବା ପାଇଁ ୪ ଜଣ ଡ଼ିଏସପି, ୬ ଜଣ ଇନ୍ସପେକ୍ଟର, ୧୨ ଜଣ ଏସଆଇ, ୧୬ ଜଣ ଏଏସଆଇ ଏବଂ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବାର ଏସଡିପିଓ ଶ୍ରୀ ବାରିକ କହିଛନ୍ତି ।
ବାଣପୁର ଓ ବାଲୁଗାଁରେ ପୋଲିସର ଫ୍ଲାଗମାର୍ଚ୍ଚ !!!

