ଫୁଲବାଣୀ ଓକିଲ ସଂଘର ନିର୍ବାଚନ : ସଭାପତି ଭାବରେ ଵିଜୟ ମହାନ୍ତି ଏବଂ ସମ୍ପାଦକ ଭାବେ ଦୁର୍ଗା ପଟ୍ଟନାୟକ ନିର୍ବାଚିତ !!!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି l ସଭାପତି ଭାବେ ବରିଷ୍ଠ ଆଇନଜୀବୀ ଵିଜୟ କୁମାର ମହାନ୍ତି ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବେ ଦୁର୍ଗା ଶଙ୍କର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି।ସେହିପରି ଉପସଭାପତି ଭାବେ କମଳ କୁମାର ବେହେରା, ସହ ସମ୍ପାଦକ ସୁଶାନ୍ତ କୁମାର ପଟ୍ଟନାୟକ,ଲାଇବ୍ରେରୀ ସମ୍ପାଦକ ସୁନିଲ କୁମାର ବେହେରା,କୋଷାଧ୍ୟକ୍ଷ ପିତାମ୍ବର ସାହୁ ନିର୍ବାଚିତ ହୋଇଛନ୍ତି।ସେହିପରି କାର୍ଯ୍ୟକାରୀ ସଦସ୍ୟ ଭାବେ ସତ୍ୟ ନାରାୟଣ ବେହେରା,କୃଷ୍ଣ ଚନ୍ଦ୍ର ସେନାପତି, ଜୟନ୍ତୀ ପାଣିଗ୍ରାହୀ,ଦିଲୀପ କୁମାର ବାନାର୍ଜୀ,ଭଗବାନ ମହାନ୍ତି, ମନୋରଞ୍ଜନ ମହାନ୍ତି,ଦେବବ୍ରତ ପ୍ରଧାନ ପ୍ରମୁଖ ନିର୍ବାଚିତ ହୋଇଛନ୍ତି ବୋଲି ଓକିଲ ସଂଘର ନିର୍ବାଚନ ଅଧିକାରୀ ହରିଶ୍ଚନ୍ଦ୍ର ମହାରଣା ସୂଚନା ଦେଇଛନ୍ତି। ଏହି ନିର୍ବାଚନ କୁ ବିଶ୍ୱଜିତ ପଟ୍ଟନାୟକ ଓ ଅଶୋକ ବିଷୋୟୀ ସହଯୋଗୀ ନିର୍ବାଚନ ଅଧିକାରୀ ଭାବେ ସୁଚାରୁରୂପେ ପରିଚାଳନା କରିଥିଲେ l

Leave a Reply

Your email address will not be published. Required fields are marked *